କଟକ : ଆତଙ୍କବାଦୀ ଶେଖ ଅବଦୁଲ ନଇମକୁ କେତେଥର ଓଡ଼ିଶା ଆଣିଛି ସେ ନେଇ ହବିବୁରକୁ ଜେରା କରିବ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ । ଏ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ଅନୁମତି ମଗାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଆତଙ୍କବାଦୀ ଶେଖ ଅବଦୁଲ ନଇମକୁ ହବିବ୍ ଓଡ଼ିଶା ଆଣିଥିଲା । ଏନ୍ଆଇଏ ଦାଖଲ କରିଥିବା ଚାର୍ଜସିଟ୍ରେ କଟକ ଲିଙ୍କ୍ ଥିବା ଉଲ୍ଲେଖ କରିଛି । ତେଣୁ ଏହାର ତଦନ୍ତ ପାଇଁ କ୍ରାଇମବ୍ରାଂଚ ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲୀ ଗସ୍ତ କରିବ । ଅନ୍ୟପକ୍ଷରେ କଟକ ଲିଙ୍କ୍ ଥିବା ଜଣାପଡ଼ିବା କମିଶନରେଟ ପୋଲିସ ତତ୍ପରତା ଦେଖାଇଛି । ପ୍ରମାଣ ମିଳିଲେ ଉପଯୁକ୍ତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି । ନଇମ କଟକରେ କିଛିଦିନ ଆତ୍ମଗୋପନ କରିଥିବା ସୂଚନା ମିଳିଛି । ସେ ଶେହେବାଜ ନାମରେ କଟକରେ ଏକ ଭଡାଘରେ ରହୁଥିବାବେଳେ ଏ ନେଇ କମିଶନରେଟ ପୋଲି ଖୋଳତାଡ ଆରମ୍ଭ କରିଛି । ନଇମର ହାତବାରିଶୀ ସାଜି ମୁଖ୍ୟ ସହଯୋଗୀ ଭାବରେ କାମ କରୁଥିବା ହବିବୁର ରେହମାନର ଘର କେନ୍ଦ୍ରାପଡ଼ାରେ ହୋଇଥିବାବେଳେ ନଇମର ରହଣିରେ ହବିବୁରର ହାତଥିବା ସନ୍ଦେହ କରାଯାଉଛି ।
ତେବେ ହବିବୁରକୁ ନୂଆଦିଲ୍ଲୀ ବିମାନବନ୍ଦରରୁ ଏନଆଇଏ ଗିରଫ କରିଥିବାବେଳେ ତଦନ୍ତ ଜାରି ରହିଛି । ହବିବିରୁ ୨୦୦୬ରୁ ଓଡିଶା ଛାଡିଥିବା ତା ପରିବାର ଲୋକ କହିଛନ୍ତି ।