କଂଗ୍ରେସରେ ମିଶିଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ବର୍ଷ ଧରି ଅଣ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କଂଗ୍ରେରେ ମିଶିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ତମଣ୍ଡୋ ଠାରେ ଆୟୋଜିତ ଦଳର ପରିବର୍ତ୍ତନ ସଂକଳ୍ପ ସମାବେଶରେ କାହୁଲଙ୍କ ଉପସ୍ଥିତିରେ ହାତ ଧରିଛନ୍ତି ପଞ୍ଚାନନ କାନୁନ ଗୋ । ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଏକଦା ରାଜ୍ୟ ରାଜନୀତିରେ ବେଶ ପ୍ରଭାବ ଥିଲା ପଞ୍ଚାନନ କାନୁନଗୋଙ୍କର । ୨୦୦୬ ମସିହାରେ ସେ ବିଜେଡି ଛାଡ଼ିଥିଲେ । ଅଣକଂଗ୍ରେସ ରାଜନୀତିର ଜଣେ ଆଗଧାଡ଼ିର ନେତା ଶ୍ରୀ କାନୁନଗୋ ପ୍ରଥମଥର ପାଇଁ ୧୯୭୭ ମସିହାରେ ଗୋବିନ୍ଦପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକ ସରକାରରେ ୨୦୦୦ରୁ ୨୦୦୪ ମସିହା ପର‌୍ୟ୍ୟନ୍ତ ସେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ କାର‌୍ୟ୍ୟ କରିଥିଲେ।
କଂଗ୍ରେସ ଆୟୋଜିତ ଜନସଭାରେ କଳହାଣ୍ଡି ଜିଲ୍ଲାର ବିଜେପି ନେତା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ବରିଷ୍ଠ ପ୍ରଶାସକ ଜେ.ସି.ମହାନ୍ତି ସାମିଲ ହୋଇଛନ୍ତି।

Comments (0)
Add Comment