ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ,ବଢିଲା ପାରିଶ୍ରମିକ ଓ ସହାୟତା

ଅବସର ବୟସସୀମା ୬୨କୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର : ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ବଢିଲା ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ । ଅବସର ବେଳେ ପାଇବେ ସ୍ବତନ୍ତ୍ର ସହାୟତା । ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ୬ ହଜାରରୁ ବଢି ୭ ହଜାର ୫ଶହ ହେଲା । ସେହିପରି ମିନି ଅଙ୍ଗନୱାଡି କର୍ମୀଙ୍କର ପାରିଶ୍ରମିକ ୪ ହଜାର ୧୨୫ ରୁ ୫ ହଜାର ୩୭୫କୁ ବୃଦ୍ଧି ପାଇଛି । ସେହିପରି ଅଙ୍ଗନୱାଡି ସହାୟକଙ୍କର ବି ପାରିଶ୍ରମିକ ବଢାଇଛନ୍ତି ରାଜ୍ୟସରକା । ୩ ହଜାରରରୁ ୩ ହଜାର ୭୫୦ ଟଙ୍କା ବଢିଲା ।

ଏଥି ସହ ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ଘୋଷମା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହ ଅବସର ବୟସ ସୀମା ୬୨ ବର୍ଷକୁ ମଧ୍ୟ ବଢା ଯାଇଛି । ଉଭୟ ଅଙ୍ଗନୱାଡି କର୍ମୀ ଓ ସହାୟକଙ୍କୁ ବର୍ଷକୁ ୧୫ ଦିନ ଖରାଛୁଟି ମିଳିବ । ଅବସର ପରେ ଅଙ୍ଗନୱାଡି କର୍ମୀ ଓ ସହାୟକଙ୍କ ଆର୍ଥିକ ସହାୟତା ମିଳିବ । ଅଙ୍ଗନୱାଡି କର୍ମୀ ୨୦ ହଜାର, ମିନି ଅଙ୍ଗନୱାଡି କର୍ମୀ ୧୫ ହଜାର ଓ ସହାୟକ ୧୦ ହଜାର ଟଙ୍କା ଅବସର ସମୟରେ ସହାୟତା ପାଇବେ ।  ଏହି ସହାୟତା ପିଛିଲାଭାବେ ଅକ୍ଟୋବର ୨୦୧୮ରୁ ଲାଗୁ ହେବ । ଏହା ସହ ଅଙ୍ଗନଓ୍ବାଡୀ କର୍ମୀ ମାନଙ୍କ ଲାଗି ସୁପରଭାଇଜର ପଦବୀକୁ ପଦୋନ୍ନୋତି ପାଇବାକୁ ୫୦ ପ୍ରତିଶତ ସଂରକ୍ଷଣ ରଖିଛନ୍ତି ସରକାର ।

Comments (0)
Add Comment