ଭୁବନେଶ୍ୱର: ଭାରତୀୟ ବାୟୁସେନା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପରେ ଏବେ ଦୁଇଦେଶ ମଧ୍ୟରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏ ମଧ୍ୟରେ ଓଡ଼ିଶାର ଗୁରୁତ୍ୱପୂଣତର୍ଣ ଓ ସମ୍ବେଦନଶୀଳ ପ୍ରତିଷ୍ଠାନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ କରିବା ନେଇ ନଜର ଥିବା ସୂଚନା ମିଳିଛି । ତେଣୁ ଏ ଦୃଷ୍ଟିରୁ ଓଡ଼ିଶାରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଏ ନେଇ ସମସ୍ତ ଜିଲ୍ଲାର ଏସ୍ପି ମାନଙ୍କୁ ଆଲର୍ଟ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବଡବଡ ପ୍ରତିଷ୍ଠାନ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ଚାରି ବାଟିଆ ଗୋଇନ୍ଦା ବିମାନ ଅବତରଣ କେନ୍ଦ୍ର, ସୁନାବେଢ଼ା ବିମାନ ଇଞ୍ଜିନ କାରଖାନା ଏବଂ ସଇଁତଳା ଗୋଳାବାରୁଦ କାରଖାନା ଆଦି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାର ଆଶଙ୍କା ରହିଛି । ଗତ ଫ୍ରେବୁଆରି ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ଆତଙ୍କବାଦୀ ସଙ୍ଗଠନ ଜୈସ୍-ଇ-ମହମ୍ମଦ ପ୍ରଶିକ୍ଷଣ ଶିବିରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲେ। ଏଥିରେ ପାଖାପାଖି ୩୦୦ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା।