ମଧ୍ୟପ୍ରେଦଶ ମହାବଳ ପ୍ରେମରେ ପଡିଛି ଓଡିଶା ବାଘୁଣୀ, ସାତକୋଶିଆରେ କାଟୁଛି ଚକ୍କର

ଭୁବନେଶ୍ବର : ପୁଣି ଏକ ଲଭ୍ ଷ୍ଟୋରୀ । ପୁଣି ଏକ କାହାଣୀ । ଏ ପ୍ରେମ କୌଣସି ଫିଲ୍ମରେ ନୁହେଁ । ଆରମ୍ଭ ହୋଇଛି ସାତକୋଶିଆ ଜଙ୍ଗଲରେ । କାରଣ ମଧ୍ୟପ୍ରଦେଶର ମହାବଳ ବାଘର ପ୍ରେମରେ ପଡିଛି ଓଡ଼ିଶାର ବାଘୁଣୀ । ମଧ୍ୟପ୍ରଦେଶ ଜଙ୍ଗଲରୁ ଆସିଥିବା ମହାବଳ ବାଘକୁ ୨୧ ତାରିଖରୁ ସାତକୋଶିଆର ଅଢେଇ ଏକର କ୍ଲୋଜରରେ ଛଡାଯାଇଛି । ଆଉ ସେହି ଏନ୍କ୍ଲୋଜରର ଚାରିପାଖେ ଆସି ଚକ୍କର କାଟୁଛି ଓଡିଶାର ଏହି ବାଘୁଣୀ ।୪ ବର୍ଷୀୟ ଏହି ଯବାନ ବାଘର ବଳିଷ୍ଠ ଚେହେରା ଓ ଆକର୍ଷଣୀୟ ଚାଲିରେ ମନ ଦେଇ ଦେଇଛି ଏହି ଓଡ଼ିଶା ବାଘୁଣୀ । ଗତ ଦୁଇଦିନ ହେଲା ଲଗାତର ଏନ୍କ୍ଲୋଜର ପାଖକୁ ଆସି ଆଖିରେ ଆଖି ମିଶାଉଛି । ପୁଣି ଚାଲିଯାଉଛି ।ଧିରେ ଧିରେ ସାତକୋଶିଆ ପରିବେଶ ସହିତ ଖାପ ଖୁଆଇ ଆସୁଥିବା ମଧ୍ୟପ୍ରଦେଶର ଏହି ବାଘ ବାଘୁଣୀରେ ଇସାରାକୁ ବୁଝିଛି । ଦୁହିଁଙ୍କର ଏହି ଦେଖା ଚାହାଁ ଏବେ ଧିରେ ଧିରେ ଆଗକୁ ବଢୁଛି । ଯାହା ଏକ ଭଲ ସଙ୍କେତ ବୋଲି ଉଭୟଙ୍କ ଗତିବିଧି ଉପରେ ନଜର ରଖିଥିବା ଜଙ୍ଗଲ ବିଭାଗ କହୁଛି । ସାତକୋଶିଆର ଏହି ଲଭ୍ ଷ୍ଟୋରୀ ଠିକ୍ ମନେ ପକାଇ ଦେଉଛି ୩ ବର୍ଷ ତଳର ନନ୍ଦନ ଓ ସାରାଙ୍କ ଲଭ୍ ଷ୍ଟୋରୀକୁ ।ନନ୍ଦନକାନନର ବାଘୁଣୀ ସାରାର ପ୍ରେମରେ ପଡି ସେହି ସାତକୋଶିଆରୁ ଚାଲିଆସିଥିଲା ଜଙ୍ଗଲୀ ବାଘ ନନ୍ଦନ । ପ୍ରେମ ପାଇଁ ନନ୍ଦନକାନନର ବିରାଟ ପାଚେରୀକୁ ଡେଇଁ  ସାରାର ଏନ୍କ୍ଲୋଜର ନିକଟରେ ପହଞ୍ଚିଥିଲା । ଆଉ ଶେଷରେ ନନ୍ଦନକାନରରେ ହିଁ ରହି ଯାଇଥିଲା । ଆଉ ଏବେ ସାତକୋଶିଆରେ ମଧ୍ୟପ୍ରଦେଶର ବାଘ ଓ ଓଡିଶା ବାଘୁଣୀଙ୍କ ଲଭ୍ ଷ୍ଟୋରୀ ଆଗକୁ ବଢିଲେ ସାତକୋଶିଆରେ ମହାବଳ ବାଘ ବଂଶ ବୃଦ୍ଧିରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

Comments (0)
Add Comment