ଓଜେଇଇ ପରୀକ୍ଷା ହେବ ଅନଲାଇନରେ

ଭୁବନେଶ୍ୱର: ଏଥର ଓଜେଇଇ ପରୀକ୍ଷା ଅନଲାଇନରେ ହେବ । ଚଳିତ ବର୍ଷ ଓଜେଇଇ କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ ହେବ। ଏନେଇ ଓଜେଇଇ ଆପେକ୍ସ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ମେ’ ପ୍ରଥମ ସପ୍ତାହରେ ପ୍ରଥମ ଓଜେଇଇ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

Comments (0)
Add Comment