ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଖୋର୍ଦ୍ଧା ହାବେଳୀ ପଡ଼ିଆରୁ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତାମତ ନେଇଥିଲେ ମୁଖ୍ୟମନ୍ତ୍ରୀ। ବିଏସକେୱ।ଇ, ମିଶନ ଶକ୍ତି, ମମତା ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଓ ମଧୁବାବୁ ପେନସନ , ପରିକ୍ରମା ଓ ମା ସମଲେଇ , ଲକ୍ଷ୍ମୀ ବସ୍,୫ଟି ସ୍କୁଲ ଓ ଛାତ୍ରବୃତ୍ତି ସେବା ଭଲ କି ବୋଲି ପଚାରିଥିଲେ ବିଜେଡି ସୁପ୍ରିମୋ ।

ଶେଷରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ଭଲ କି ବୋଲି ପଚାରିଥିଲେ ଓ ସମସ୍ତେ ଏକ ସ୍ୱରରେ ଏହାର ଉତ୍ତର ‘ହଁ’ରେ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ।

Opposition parties are only crying crocodile's cry on development issues: Chief Minister
Comments (0)
Add Comment