ମାଡି ଆସୁଛି ଆଉ ଏକ ବାତ୍ୟା ପାବୁକ୍ : ୭ ଜିଲ୍ଲାକୁ ସତର୍କ ନିର୍ଦେଶ ଦେଲେ ସରକାର

ଭୁବନେଶ୍ବର  : ପୁଣି ଏକ ବାତ୍ୟା । ଆଣ୍ଡାମାନ ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୁର୍ଣ୍ଣିଝଡ ବାତ୍ୟାର ରୂପ ନେବାକୁ ଯାଉଛି । ୬ ତାରିଖ ରାତିରେ ଏହା ଆଣ୍ଡାମାନ ଉପକୂଳ ଅତିକ୍ରମ କରି ମିଆଁମାର ଉପକୂଳ ଛୁଇଁ ଧିରେଧିରେ ଦୂର୍ବଳ ହେବ । ତେବେ ଏହାର ପ୍ରଭାର ଓଡ଼ିଶା ଉପରେ ପଡିବାର ନାହିଁ ।  

ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା । ବଙ୍ଗୋପସାଗରର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଛି ଏହି ବାତ୍ୟା । ଯାହାର ନାଁ ରଖାଯାଇଛି ପାବୁକ୍‌। ଏହି ସାମୁଦ୍ରିକ ଝଡବାତ୍ୟା ଏବେ ପୋର୍ଟ ବ୍ଲେୟାର ଠାରୁ ୧୫ ଶହ କିମି ଦୂର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା ଧିରେଧିରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ୬ ତାରିଖ ରାତିରେ ଆଣ୍ଡାମାନ ଦ୍ବୀପପୂଞ୍ଜ ଅତିକ୍ରମ କରିବା ସହ ମିଆଁମାର ଉପକୂଳ ଛୁଇଁବା ସମ୍ଭାବନା ରହିଛି  । ପରେ ଏହା ଦୁର୍ବଳ ହେବ । ତେବେ ଏହି ଝଡବାତ୍ୟା ଓଡ଼ିଶା ଉପକୂଳରେ କୌଣସି ପ୍ରଭାବ ପକାଇବ ନାହିଁ । ତେବେ ବାଲେଶ୍ବର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment