ଭୁବନେଶ୍ବର : ପଞ୍ଚାୟତକୁ ପୁରସ୍କାର ଦେବେ ରାଜ୍ୟ ସରକାର । ପ୍ରତି ବ୍ଲକର ଗୋଟିଏ ଲେଖାଏଁ ପଞ୍ଚାୟତକୁ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଦିଆଯିବ । ପୀଠା ଯୋଜନାରେ ଭଲ ପ୍ରଦର୍ଶନ କରିଥିବା ପଞ୍ଚାୟତକୁ ମିଳିବ ଅର୍ଥ ରାଶି । ଜାନୁଆରୀ ୨୬ରେ ଜିଲ୍ଲା ସ୍ତରୀୟ ଉତ୍ସବରେ ଏହି ଅର୍ଥ ରାଶି ମିଳିବ । ଏହି ଅର୍ଥରେ ମିଶନ ଶକ୍ତି ଘର, କୋଠ ଘର ନିର୍ମାଣ, ସାମୁହିକ ବିକାଶ କାର୍ଯ୍ୟରେ ଖର୍ଚ୍ଚ କରିପାରିବେ ପଞ୍ଚାୟତ । ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ମାଝି ଏହି ସୂଚନା ଦେଇଛନ୍ତି