ବର୍ଷାରେ ଭିଜି ପରସ୍ପରକୁ ଚୁମ୍ବନ ଦେଉଥିବା ଦମ୍ପତିଙ୍କ ଫଟୋ ଉଠାଇ ଫଟୋ ଗ୍ରାଫରଙ୍କ ଚାକିରିଗଲା

ନୂଆଦିଲ୍ଲୀ : ବର୍ଷାରେ ଭିଜୁଥିଲେ ଦମ୍ପତି । ଦୁହେଁ ବେଶ ରୋମାଣ୍ଟିକ ମୁଡରେ ବି ଥିଲେ । ବର୍ଷାରେ ଭିଜି ଭିଜି ଉଭୟଙ୍କ ଦେହରୁ ଓ ଓଠରୁ ପାଣି ଗଡୁଥିଲା । ଆଉ ଏମିତି ଏକ ମୂହୁର୍ତରେ ଦୁଙେଁ ବର୍ଷାରେ ଭିଜି ଭିଜି ପରସ୍ପରକୁ ଚୁମ୍ବନ ଦେଉଥିଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦୀୟ ହୋଇପଡିଛି । ଅନେକ ଏଭଳି ଦଶ୍ୟର ଫଟୋ ଉଠାଇଥିବା ଫଟୋ ଗ୍ରାଫରର ସପକ୍ଷ ନେଉଥିବାବେଳେ ପତି – ପତ୍ନୀଙ୍କ ଏପରି ରୋମାଣ୍ଟିକ ଦୃଶ୍ୟର ଫଟୋ ଉଠାଇବା ଲାଗି ଫଟୋ ଗ୍ରାଫରକୁ ବିରୋଧ କରିଛନ୍ତି । ହେଲେ ଏପରି ବିବାଦ ଭିତରେ ଫଟୋ ଗ୍ରାଫର ଚାକିରୀ ହରାଇଛନ୍ତି ।

ବାଂଲାଦେଶୀ ଫଟୋଗ୍ରାଫର ଜିବୋଙ୍ଗ ଅହ୍‌ମଦ୍‌ ସୋମବାର ଢ଼ାକା ବିଶ୍ୱ ବିଦ୍ୟାଳୟ ସାମ୍ନାରେ ଥିବା ଏକ ଚା’ଦୋକାନକୁ ଦେଖିବା ପରେ ସେଠାରେ ଜଣେ ଦମ୍ପତି ବର୍ଷାରେ ଓଦା ହୋଇ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖିଥିଲେ । ଏହି ଦୃଶ୍ୟ ଦେଖି ସେ ତୁରନ୍ତ ଏହାକୁ ନିଜ କ୍ୟାମେରାରେ କଏଦ କରି ନେଇଥିଲେ । ଖାଲି ସେତିକ ନୁହେଁ, ସେ ଏହି ଫଟୋକୁ ନିଜ ଟ୍ଵିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ । ଏହି ଫଟୋ ପୋଷ୍ଟ ହେବା ପରେ ଧିରେ ଧିରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । କିଛି ଲୋକ ଏହା ସଭ୍ୟତା ଏବଂ ସଂସ୍କୃତିର ବିରୋଧ ବୋଲି କହୁଥିବା ବେଳେ କିଛି ଲୋକ ଏହାକୁ ସମର୍ଥନ କରିଥିଲେ । କିନ୍ତୁ ଏହି ଫଟୋକୁ ନେଇ ବିବାଦ ଆରମ୍ଭ ହେଉଥିବାରୁ ମିଡ଼ିଆ େଓବ୍‌ସାଇଟ୍‌ ଜିବୋଙ୍ଗଙ୍କୁ ଚାକିରିରୁ ବାହାର କରି ଦେଇଥିବା ଜଣା ପଡ଼ିଛି ।

Comments (0)
Add Comment