ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ୍ୱ ମୋଦି ସରକାରଙ୍କ ଶେଷ ଅତିରିକ୍ତ ବଜେଟ ଅରୁଣ ଜେଟଲିଙ୍କ ପରିବତ୍ତେ ପିୟୁଷ ଗୋଏଲ ସଂସଦରେ ଉପସ୍ଥାପନ କରିବେ । କାହିଁକିନା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବା କାରଣରୁ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଅରୁଣ ଜେଟଲୀ ସୁସ୍ଥ ହୋଇ ଫେରିବା ପର୍ୟ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ ଷ। ଆସନ୍ତା ବଜେଟ ମଧ୍ୟ ପିୟୁଷ ଗୋଏଲ ହିଁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ । ଅରୁଣ ଜେଟଲୀ ଏବେ ବିଭାଗ ବିହୀନ ମନ୍ତ୍ରୀ ରହିବେ ।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ତତ୍କାଳ ଭାବେ ଶ୍ରୀ ଗୋଏଲ ଅର୍ଥ ମନ୍ତ୍ରଣାଳୟ ସହ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ତୁଲାଇବେ। ଅରୁଣ ଜେଟଲୀ ସୁସ୍ଥ ହୋଇ ନ ଫେରିବା ଯାଏ, ଶ୍ରୀ ଗୋଏଲ ଏହି ପଦରେ ରହିବେ।
ପିୟୁଷ ଗୋଏଲଙ୍କୁ ଦ୍ବିତୀୟ ଥର ପାଇଁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ମିଳିଛି । ଗତ ବର୍ଷ ମେ ମାସରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କିଡନୀ ଅସ୍ତୋପଚାର ପାଇଁ ଯାଇଥିବାରୁ ତାଙ୍କୁ କିଛି ସମୟ ପାଇଁ ଏହି ଦାୟିତ୍ବ ପ୍ରଦାନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଅରୁଣ ଜେଟଲୀଙ୍କୁ ସଫ୍ଟ ଟିସୁ ସରକୋନାମା କ୍ୟାନସର ହୋଇଛି । ଏହି କ୍ୟାନ୍ସର ତାଙ୍କ ଜଙ୍ଘରେ ହୋଇଛି । ସର୍ଜରୀ ମଧ୍ୟମରେ ଏହି କ୍ୟାନସ୍ରର ଚିକିତ୍ସା ହୋଇଥାଏ ।
ଗତ ରବିବାର ଦିନ ଶ୍ରୀ ଜେଟଲୀ କିଡ୍ନୀ ପ୍ରତିରୋପଣର ଚେକ୍ କରିବାକୁ ଆମେରିକା ଯାଇଥିବା ଜଣାପଡ଼ିଥିଲା।