ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୩ ମେଧା ତାଲିକା । ନାମଲେଖା ପାଇଁ ୨ ଲକ୍ଷ ୨୧ ହଜାର ୨୮୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୮ ହଜାର ୯୬୦ଜଣଙ୍କୁ ଇଣ୍ଟିମେସନ ପଠାଯାଇଛି । କଳାରେ ୧ ଲକ୍ଷ ୧୪ ହଜାର ୩୩୧ ଓ ବାଣିଜ୍ୟରେ ୧୯ ହଜାର ୭୫୩ ଜଣଙ୍କୁ ସିଲେକ୍ଟ କରାଯାଇଛି । ସେହିପରି ସସ୍କୃତରେ ୪ ହଜାର ୧୨୦, ଫିଜିକ୍ସରେ ୨୯ ହଜାର ୧୩୧, ବାୟୋଲୋଜିରେ ୨୦ ହଜାର ୩୪୬ ଜଣଙ୍କ ପାଖକୁ ଇଣ୍ଟିମେସନ ପଠାଯାଇଛି । ଆସନ୍ତା ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଆସନ୍ତା ୧୬ ତାରିଖରୁ କ୍ଲାସ ଆରମ୍ଭ ହେବ । ତେବେ ମାଇଗ୍ରେସନ ସାର୍ଟିଫିକେଟ୍ ନଥିଲେ ଅଣ୍ଡରଟେକିଙ୍ଗ ଲେଖି ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।