ଭୁବନେଶ୍ବର : ଉଜ୍ଜଳା ଯୋଜନାର ସଠିକ କାର୍ଯ୍ୟକାରୀତା ନେଇ ଦେଶର ହିତାଧିକାରୀମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଜ୍ଜ୍ବଲା ଯୋଜନାରେ ସଠିକ ଭାବେ ପହଁଚିଛି କି ନାହିଁ ଓ ଏହା ଦ୍ବାରା କଣ ଲାଭ ମିଳୁଛି ସେନେଇ ହିତାଧିକାରୀଙ୍କ ଠୁ ପଚାରୀ ବୁଝିଛନ୍ତି । ଏହା ସହ ଗ୍ୟାସରେ ରୋଷେଇ ଦ୍ବାରା ବଞ୍ଚୁଥିବା ସମୟ କିପରି ସଠିକ ବ୍ୟବହାର କରି ପରିବାର ଓ ପିଲାଙ୍କୁ ଦେବେ ନିଜ ରୋଜଗାର ବଢାଇବେ ସେନେଇ ପରାମଶ୍ୟ ବି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାର ମୟୁରଭଞ୍ଜର ହିତାଧିକାରୀଙ୍କ ଠୁ ପ୍ରଧାନମନ୍ତ୍ରୀ ଆଲୋଚନା ଆରମ୍ଭ କରିଥିବାବେଳେ ଭୁବନେଶ୍ବରରେ ହିତାଧିକାରୀ ମାନଙ୍କ ସହ ମୋଦିଙ୍କ କଥାବାର୍ତ୍ତା ଦେଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ବର୍ଷକ ଭିତରେ ୧୫ ଲକ୍ଷ ହିତାଧିକାରୀଙ୍କୁ ଉଜ୍ଜଳା ଗ୍ୟାସ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେବା ସହ ଏହି ଯୋଜନାରେ ଯିଏ ବାଧକ ସାଜିବ ତାଙ୍କ ଉପରେ ମହିଳାଙ୍କ ଅଭିଶାପ ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଏହାର ଜବାବ ରଖିଛି ବିଜେଡି । ଉଜ୍ଜଳା ଯୋଜନା ଲାଭାର୍ଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା କିଭଳି ଲୋକଙ୍କ ପାଖରେ ପହଁଚୁଛି ଓ ହିତାଧିକାରୀ ଲାଭ ପାଉଛନ୍ତିକି ନାହିଁ ତେହା ଜାଣିବାକୁ ଦେଶର ଦେଶର ମହିଳା ହିତାଧିକାରୀଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଓଡିଶାର ମୟୁରଭଞ୍ଜ ୩ ଜଣ ହିତାଧିକାରୀଙ୍କ ସହ ମଧ୍ୟ କଥା ବାର୍ତ୍ତା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ପରେ ପରେ ଛତିଶଗଡ ଆସାମ ,ଜାମ୍ମୁକାଶ୍ମୀରର ମହିଳା ହିତାଧୀକାରୀଙ୍କ ସହ କଥା ହୋଇଥିଲେ । ଯୋଜନା ପହଁଚିବା ଲାଗି କିଏ ହାତଗୁଞ୍ଜା ନେଉଛି କି ନାହିଁ ଠାରୁ ଆରମ୍ଭ କରି ଗ୍ୟାସ ମିଳିବା ପରେ କଣ ସୁବିଧା ହେଉଛି ତାହା ବୁଝିଥିଲେ । ଏହା ସହ ଗ୍ୟାସରେ ରୋଷେଇ ଦ୍ବାରା ବଞ୍ଚୁଥିବା ସମୟ ସଠିକ ବ୍ୟବହାର ପିଲାଙ୍କ ଯତ୍ନ ନେବା ,ସେମାନଙ୍କୁ ଜଙ୍କ ଫୁଡ ବଦଳରେ ପୃଷ୍ଟିକର ପନିପରିବା ୋଷେଇ କରି ଖାଇବାକୁ ଦେବା ସହ ନିଜ ରୋଜଗାର ବଢାଇବେ ସେନେଇ ପରାମଶ୍ୟ ବି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଉଜ୍ଜଳା ଯୋଜନା ଓ ଗ୍ୟାସର ବ୍ୟବହାର ବୁଝାଇବାକୁ ଉଜ୍ଜଳା ପଞ୍ଚାୟତ ଖୋଲିବା କଥା କହିଛନ୍ତି ମୋଦି ।
ମୋଦିଙ୍କ କଥାବାର୍ତ୍ତାକୁ ହିତାଧିକାରୀଙ୍କ ପାଖରେ ପହଁଚାଇବାକୁ ଭୁନେଶ୍ବରରେ ଆଇଓସିଏଲ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ ହୋଇଥିଲା । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙିତାଧିକାରୀଙ୍କ କହ ବସି ପ୍ରଧାନମନ୍ତ୍ରୀଙ୍କ କଥା ବାର୍ତ୍ତା ଶୁଣଇଥିଲେ ଓ ସେମାନଙ୍କ ସହ ଆଲୋଚନା କରିଥିଲେ । ଓଡିଶାରେ ଏବେ ୨୫ ଲକ୍ଷ ଉଜ୍ଜଳା ହିତାଧିକାରୀ ଅଛନ୍ତି ଓ ଏହା ସହ ବର୍ଷକ ଭିତରେ ଆହୁରୀ ୧୫ ଲକ୍ଷ ହିତାଧୀକାରୀଙ୍କୁ ସାମିଲ କରାଯିବ । ଏଥିରେ ଯେଉଁ ନେତା,ଅସାଧୁ ଅଫିସର ଓ ଡିଲର ବାଧକ ସାଜିବେ ସେମାନଙ୍କ ଉପରେ ମହିଳାଙ୍କ ଅଭିଶାପ ପଡିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଆଉ ଏହାର ଜବାବରେ ବିଜେଡି କହିଛି ଯୋଜନାର ସଠିକ କାର୍ଯ୍ୟକାରୀ କରିବା ଓ ଏଥିପାଇଁ ନିୟତ ଠିକ କରିବା ଦରକାର । ଏହି ଉତ୍ସବରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ,ପୂର୍ୱତନ ସାଂସଦ ତଥା ବିଜେପି ବରିଷ୍ଠ ନେତ୍ରୀ ସଙ୍ଗିତା ସିଂହଦେଓ,ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମ୍ମୁଖ ବହୁ ନେତା ଓ ଆଇଓସିଏଲର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଉଜ୍ଜଳା ଯୋଜନା ମାଧ୍ୟମରେ ଦେଶ ଗରିବ ଓ ଦଳିତ ଲୋକଙ୍କ ପାଖରେ ପହଁଚିବାକୁ ଗୁରୁତ୍ହ ଦେୁଛି ବିଜେପି । ୪ ବର୍ଷ ଭିତରେ ଏଯାଏ ଉଜ୍ଜଳା ଯୋଜନାରେ ଦେଶରେ ୧୦କୋଟି ଲୋକଙ୍କ ଘରେ ଏଲପିଜି ସଂଯୋଗ ପହଁଚି ପାରିଛି । ନିର୍ବାଚନ ଆଗରୁ କେନ୍ଦ୍ର ସରକାରଙ୍କ ଏହି ବୃହତ୍ତ ଯୋଜନାକୁ ଅଥିକରୁ ଅଥିକ ଲୋକଙ୍କ ପାଖରେ ପହଁଚାଇବାକୁ ଲକ୍ଷ୍ୟରେ ଅଛନ୍ତି କେନ୍ଦ୍ର ସରକାର ।