ବଲାଙ୍ଗୀର : ମୋଦିଙ୍କ ଫୋକସରେ ପଶ୍ଚିମଓଡିଶା । ୧୫୪୫ କୋଟିର ପ୍ୟାକେଜ୍ ନେଇ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ବଲାଙ୍ଗୀରରେ ପହଞ୍ଚିବା ପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏସବୁ ପ୍ରକଳ୍ପ ଭିତରେ ରହିଛି, ବଲାଙ୍ଗୀର-ବିଛୁପାଲି ମଧ୍ୟରେ ନୂଆ ରେଳପଥର ଉଦଘାଟନ, ରାୟଗଡ଼ା ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ, ୬ଟି ନୂତନ ପୋଷ୍ଟ ଅଫସ୍ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ, କଳାହାଣ୍ଡିର ଐତିହାସିକ ଅସୁରଗଡ଼ ଦୁର୍ଗ ସଂରକ୍ଷଣ ଶୁଭାରମ୍ଭ, ଝାରସୁଗୁଡ଼ାରେ ବହୁମୁଖୀ ଆନୁସଙ୍ଗିକ ପାର୍କର ଉଦଘାଟନ , ଝାରସୁଗୁଡ଼ା-ବିଜୟନଗରମ୍ ମଧ୍ୟରେ ଲାଇନ୍ ର ବିଦ୍ୟୁତୀକରଣ, ନାଗାବଳୀ ନଦୀ ଉପରେ ରେଳପୋଲର ଲୋକାର୍ପଣ
ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଅଭିଯାନ ଜାରି ରହିଛି । ଓଡ଼ିଶାରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସିବ, ଯୋଗାଯୋଗରେ ସୁଧାର ଆସିଲେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆସିବ । ପ୍ରାୟ ୬ଟି ରେଳ ଲାଇନ ପାଇଁ ରାଜ୍ୟ ଦେଶର ଅନ୍ୟ ରାଜ୍ୟ ସହ ଯୋଡ଼ିହେବ । କୃଷକମାନେ ଭଲ ବ୍ୟବସାୟ କରିପାରିବେ । ଯୁବକମାନେ ମଧ୍ୟ ଦେଶର ଅନ୍ୟ ରାଜ୍ୟକୁ ଉଚ୍ଚ ଶିକ୍ଷାଲାଭ ପାଇଁ ଯାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।