ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ

ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅହମ୍ମଦାବାଦର ନିଶାନ ହାୟର ସେକେଣ୍ତାରୀ ସ୍କୁଲ ବୁଥରେ ଭୋଟଦେଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ରେକର୍ଡ ସଂଖ୍ୟାରେ ମତଦାନ କରିବା ପାଇଁ ଅପିଲ୍ କରିଛନ୍ତି ମୋଦି । ମତସାବ୍ୟସ୍ତ କରିବା ପରେ ମୋଦୀ କହିଛନ୍ତି, ସକ୍ରିୟ ମତଦାନ ଦ୍ୱାରା ଉତ୍ସାବ ଅଧିକ ବଢିବ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭୋଟ୍ ଦେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ମୁଁ ଦେଶବାସୀଙ୍କୁ ବିଶେଷ ଭାବରେ ଜଣାଇବା ପାଇଁ ଚାହିଁବି ଯେ, ଗଣତନ୍ତ୍ରରେ ଭୋଟ୍ ଦେବା ଏକ ସାମାନ୍ୟ ଦାନ ନୁହେଁ । ଆମ ଦେଶରେ ଦାନର ଏକ ଗୁରୁତ୍ୱ ରହିଛି ।

ସେ ଆହୁରି କହିଛନ୍ତି, ଦେଶବାସୀ ଯଥାସମ୍ଭବ ଭୋଟ୍ ଦେବା ଉଚିତ୍। ତିନି ସପ୍ତାହ ଧରି ନିର୍ବାଚନ ପ୍ରଚାର ଜାରି ରହିବ, ଚାରି ରାଉଣ୍ଡ ଭୋଟ୍ ଆଗକୁ ରହିଛି। ମୁଁ ଗୁଜୁରାଟର ଭୋଟର ଏବଂ ଉତ୍ସାହର ସହିତ ଭୋଟ୍ ଦେଉଥିବା ଦେଶବାସୀଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।

ସେପଟେ ଭୋଟ୍ ଦେଲେ ବିଜେପି ନେତା ଶାହନୱାଜ ହୁସେନ୍ । ମତଦାନ କରିବା ପରେ ସେ କହିଛନ୍ତି, ମୁଁ ପାଣି ନ ଭୋଟ ଦେଇଛି । ଏହି ଭୋଟ୍ ଭାରତକୁ ଶକ୍ତି ଦେବ, ଏହି ଭୋଟ୍ ଭାରତର ଗଣତନ୍ତ୍ରକୁ ମଜବୁତ କରିବ । ଏହି ଭୋଟ୍ ଦେଶକୁ ମଜବୁତ କରିବ । ମୋର ଆବେଦନ ହେଉଛି ଘରୁ ବାହାରକୁ ଯାଇ ନିଜ ମତଦାନ କରନ୍ତୁ ।

ସୂଚନାଥାଉ ଯେ, ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ମତଦାନ । ୯୩ ଲୋକସଭା ଆସନ ପାଇଁ ୧ ଲକ୍ଷ ୮୫ ହଜାର ବୁଥରେ ଭୋଟିଂ ହେବ ।

PM Modi casts his vote for 2024 Lok Sabha elections
Comments (0)
Add Comment