ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଜେପି ସାରା ଦେଶରେ ଟ୍ବିଟ୍ କ୍ୟାମ୍ପେନ ଆରମ୍ଭ କରିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାସ୍ଟ୍ୟାଗ୍ #IndiaSupportsCAAର ଶୁଭାରମ୍ଭ କରିଛନ୍ତି । ‘ସିଏଏ’ର ଉଦ୍ଦେଶ୍ୟ ନିର୍ଯାତିତ ଶରଣାର୍ଥୀମାନଙ୍କୁ ନାଗରିକତ୍ବ ପ୍ରଦାନ କରିବା, କାହାର ନାଗରିକତ୍ବ ରଦ୍ଦ କରିବା ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଙ୍କ ଅଫିସିଆଲ୍ ଓ୍ଵେବ୍ସାଇଟରେ ଟୁଇଟ୍ କରାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ଅଧ୍ୟାତ୍ମିକ ସଦ୍ଗୁରୁ ଜାଗ୍ଗି ବାସୁଦେବଙ୍କର ଏକ ଭିଡିଓ ମଧ୍ୟ ଟୁଇଟ୍ କରିଛନ୍ତି । ଏଥିରେ ସଦ୍ଗୁରୁ ‘ସିଏଏ’ ସଂକ୍ରାନ୍ତରେ ଅତି ସରଳ ବ୍ୟାଖ୍ୟା ରଖିଛନ୍ତି। ସେ ଐତିହାସିକ ଘଟଣାବଳୀ ବର୍ଣ୍ଣନା କରିବା ସହ ଭାରତୀୟ ସଂସ୍କୃତି ଏବଂ ଭାଇଚାରା ଉପରେ ଚମତ୍କାର ଆଲୋକପାତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟରେ ଲେଖିଛନ୍ତି ।