ପୁରୀ ନିର୍ବାଚନ ଲଢିବେନି ବୋଲି କହିଲେନିି ମୋଦି

ଏହା ଗଣମାଧ୍ୟମର ଏକ ପରିକଳ୍ପନା – ମୋଦି

ଭୁବନେଶ୍ୱର : ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗନ୍ନାଥ ଧାମ ଶ୍ରେୀକ୍ଷେତ ପୁରୀ ଲୋକସଭାଆସନରୁ ନିର୍ବାଚନ ଲଢିବା ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏହି ପ୍ରସଙ୍ଗକୁ ନେଇ ଓଡିଶା ରାଜନୀତି ବି ଅନେକ ସମୟରେ ସରଗରମ ହେଉଛି । ଜାତୀୟ ଗଣମାଧ୍ୟମରେ ଖବର ପ୍ରସାର ଚାଲିଛି । ରାଜ୍ୟ ବିଜେପି ସଭାପତିଙ୍କ ଠୁ ଆରମ୍ଭ କରି ବିଭିନ୍ନ ସମୟରେ ଦଳୀୟ ନେତାଙ୍କ ଇସାରା ପ୍ରଧାନମନ୍ତ୍ରୀ ପୁରୀରୁ ଲୋକସଭା ନିର୍ବାଚନ ଲଢିବା ନେଇ ହେଉଥିବା ଚର୍ଚ୍ଚାକୁ ଖୋରାକ ଯୋଗାଉଛି । ରାଜ୍ୟ ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପୁରୀରୁ ନିର୍ବାଚନ ଲଢିବା ନେଇ ଦଳକୁ ପ୍ରସ୍ତାବ ଦେଇଥିବା ସୂଚନା ଦେଇଛି ଦଳ ।

ତେବେ ପୁରୀରୁ ପ୍ରାର୍ଥୀ ହେବେ କି ନାହିଁ ସେନେଇ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାମନ୍ତ୍ରୀ ପୁରୀରୁ ଲଢିବେ କି ନାହିଁ ତସେଇ ଚର୍ଚ୍ଚା ସଂପର୍କରେ ମୁହଁ ଖୋଲିଛନ୍ତି । ମୋଦି କହିଛନ୍ତି ପୁରୀରୁ ନିର୍ବାଚନ ଲଢିବାନେଇ ଆଲୋଚନା କେବଳ ଏକ କଳ୍ପନାଜଳ୍ପନା ମାତ୍ର । ଏହା ମଧ୍ୟ କହିଛନ୍ତି ଯେ ଏହା ଗଣମାଧ୍ୟମର ଏକ ପରିକଳ୍ପନା ।

ତେବେ ପୁରୀରୁ ଲଢିବେ କି ନାହିଁ ତାର କୈଣସି ନିଦିଷ୍ଟ ଉତ୍ତର ରଖି ନାହାନ୍ତି ପ୍ରଧାନମନ୍ତ୍ରୀ । ଏମିତିକି ପୁରୀରୁ ଲଢିବା ଚର୍ଚ୍ଚାକୁ ନାହିଁ ବୋଲି କହି ନାହାନ୍ତି କି ପୁରୀରୁ ଲଢିବେନି ବୋଲି ମନା ବି କରିନାହାନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ରାଜ୍ୟ ରାଜନୀତି ଆହୁରୀ ସରଗରମ ହୋଇଛି । ୨୦୧୯ରେ ଓଡିଶାରେ ୧୨୦ ପ୍ଲସ ମିଶନ ରଖିଥିବା ବିଜେପିର ଏହା ଏକ ରଣନୀତି ହୋଇଥିବାରୁ ଏନେଇ ଏବେ ଠୁ ପ୍ରଧାମନ୍ତ୍ରୀ କିଛି ଖୋଲି କହିବାକୁ ଉଚିତ ମଣି ନଥିବା ବୋଲି ସମୀକ୍ଷକ ମାନେ ମତ ରଖୁଛନ୍ତି । ଏମିତିବି ହୋଇପାରେ ପୂର୍ବାଞ୍ଚଳ ଦଖଲ ଲକ୍ଷ୍ୟରେ ଥିବା ବିଜେପି ପ୍ରଧାନମନ୍ତ୍ରୀଙ୍କୁ ପୁରୀରୁ ନିର୍ବାଚନ ଲଢାଇ ଓଡିଶା ଓ ପଶ୍ଚିମବଙ୍ଗ ପରି ରାଜ୍ୟରେ ପ୍ରଭାବ ପକାଇବା ଯୋଜନାରେ ଥିବା ଆଲୋଚନା ହେଉଛି ।
ଗତ ୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରାଣାସୀରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ମୋଦି ବାରାଣାସୀରୁ ଲଢିବା ପରେ ଦଳ ଉତ୍ତରପ୍ରଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା । । ଆସନ୍ତା ନିର୍ବାଚନରେ ମୋଦି ବାରଣାସୀ ସହ ପୁରୀରୁ ଦିତ୍ୱୀୟ ଆସନ ଭାବେ ନିର୍ବାଚନ ଲଢି ପାରନ୍ତି ।

Comments (0)
Add Comment