ନବୀନଙ୍କ ଶରଣରେ ମୋଦି : ରାଜ୍ୟସଭା ଉପାଧ୍ୟକ୍ଷ ଭୋଟ ପୂର୍ବରୁ ନବୀନଙ୍କ ସହ କଥାହେଲେ ନମୋ !

ଭୁବନେଶ୍ୱର : କାଲି ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ସଂଖ୍ୟା ଦୃଷ୍ଟିରୁ ୟୁପିଏ ଓ ଏନଡିଏ ଭିତରେ କଡା ଟକ୍‍ଚର ହେବ । ତେବେ ଉପାଧ୍ୟକ୍ଷ ଭୋଟରେ ବିଜେଡିର ଭୋଟ ହି ଁ ନିଣ୍ଣାୟକ ହେବ । କିଙ୍ଗ ମେକର ହେବେ ନବୀନ । ସେପଟେ ଏହା ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିର ଷ୍ଟାଟେଜୀ ମେକର ସାଂସଦ ଅମିତ ଶାହଙ୍କ ପାଇଁ ଯେତିକି ସମ୍ମାନର ପ୍ରଶ୍ନ ହେବ ତାଠୁ ଅଧିକ ଜାତୀୟ ରାଜନୀତିରେ ବିରୋଧୀ ଓ ଶାସକ ମେଣ୍ଟକୁ ପ୍ରଭାବିତ ବି କରିବ । ତେଣୁ ଏହାକୁ ଦେଖି ଉପଧ୍ୟକ୍ଷ ପଦ ଲାଗି ଜୋର ଉଦ୍ୟମ କରୁଛିି ବିଜେପି ବା ଏନଡିଏ । ଏଥିରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ସବୁଠୁ ଅଧିକ ଥିବାରୁ ବିଜେପି ଏବେ ବିଜେଡିର ଶରଣ ପସିଛି ବୋଲି ଚର୍ଚ୍ଚା ଚାଲିଛି । ସାଂସଦ ତଥା ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ନବୀନଙ୍କ ସହ ଗତ କାଲି କଥା ହୋଇଥିଲେ । ହେଲେ ନବୀନ କିଛି କାର୍ଡ ନଖୋଲିବାରୁ ଆଜି ପୁଣଇ ନବୀନଙ୍କ ଶରଣ ପସିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି କୁହାଯାଉଛି । ନବୀନ ମୁହଁ ଖୋଲୁ ନଥିବାରୁ ଆଜି ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ସିଂହଙ୍କ ପାଇଁ ନବୀନଙ୍କୁ ଭୋଟ ଅପିଲ କୁଆଡେ ମୋଦି କରିଛନ୍ତି ବୋଲି ରାଜନୀତିରେ ଚର୍ଚ୍ଚା । ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାନେଇ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଥିବା ଆଲୋଚନା ଚାଲିଛି ।

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ସାଂସଦ ବି. କେ ହରିପ୍ରସାଦ ପ୍ରାର୍ଥୀ ହୋଇଛନ୍ତି । ଉଭୟେ ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ସମ୍ପୃକ୍ତ ନିର୍ବାଚନ ଉଭୟ ଶାସକ ଏନଡିଏ ଓ ବିରୋଧୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିଲା ବେଳେ ବିଜେଡି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି। ଏହି କାରଣରୁ ବିଜେଡିକୁ ହାତେଇବାକୁ ବିରୋଧୀ ଲାଗି ପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଥିରୁ ବାଦ ପଡିନାହାଁନ୍ତି।

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ନବୀନଙ୍କୁ ମୋଦି ଟେଲିଫୋନ କରି କଥା ହୋଇଥିବା ଚର୍ଚ୍ଚା ହେଉଛି। ଏନଡିଏ ପ୍ରାର୍ଥୀକୁ ସମର୍ଥନ ଦେବା ପ୍ରସଙ୍ଗରେ ମୋଦି ନବୀନଙ୍କ ସହ କଥା ହୋଇଥିବା କୁହାଯାଉଛି। ସେପଟେ ମୁଖ୍ୟମନ୍ତ୍ରୀ ସଂଧ୍ୟାରେ ଓଡ଼ିଶା ଫେରିଲେ ଏ ନେଇ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ବିଶ୍ୱସ୍ୱ ସୂତ୍ରରୁ ପ୍ରକାଶ।

ସେହିପରି ଓଡିଶାର ପୂର୍ବତନ କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ ନାମାଙ୍କନପତ୍ର ଦାଖଲ କରିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ଦଳର ନେତାମାନେ ଓ ସେ ନିଜେ ବିଜେଡି ଦଳ ନେତାଙ୍କ ସହିତ ତାଙ୍କୁ ସମର୍ଥନ ଦେବା ନେଇ ଆଲୋଚନା କରୁଛନ୍ତି । ଏହି ନିର୍ବାଚନରେ ସେ ବିଜୟୀ ହେବେ ବୋଲି ଦୃଢ ଆଶା ରଖିଛନ୍ତି ।

Comments (0)
Add Comment