ଶନିବାର ଅପରାହ୍ନ ୩ ଟାରେ ପହଞ୍ଚିବେ ମୋଦି : ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ୍ ଡିଜି

ଭୁବନେଶ୍ବର : କାଲି କଟକ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ପୁରା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ୍ ଡିଜି । ବିମାନବନ୍ଦର, ହେଲିପ୍ୟାଡ, ସଭାସ୍ଥଳଠାରୁ ଆରମ୍ଭ କରି କଟକ ଭୁବନେଶ୍ବର ରାସ୍ତାରେ ସରୁକ୍ଷା ବ୍ୟବସ୍ଥା ପକ୍କା କରାଯାଇଛି । ପାଗ ଭଲ ନରହିଲେ ବିମାନବନ୍ଦରରୁ କଟକ ଯାଏଁ ରାସ୍ତାରେ ଯିବେ ମୋଦି । ତେଣୁ ପୁରା ରାସ୍ତାରେ କାରକେଡ୍ ରାଲିର ମକ ଡ୍ରିଲ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାରକେଡ୍ ରିହରସଲ ସରିଛି । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ହେଲିପ୍ୟାଡ ଦେଇ କଟକ କିଲ୍ଲା ପଡିଆ ସଭାସ୍ଥଳ ପର୍ଯ୍ୟନ୍ତ କାରକେଡ୍ ରାଲି। ଶନିବାର ଅପରାହ୍ନ ୩ ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ୧୫ ମିନିଟ୍  ଦଳୀୟ ନେତାଙ୍କୁ ଭେଟିବେ । ଏହାପରେ ବାୟୁସେନା ହେଲିକପ୍ଟରରେ କଟକ ଯିବେ । ପାଗ ଖରାପ ରହିଲେ ରାସ୍ତାରେ ପ୍ରଧାନମନ୍ତ୍ରୀ ସଭାସ୍ଥଳକୁ ଯିବେ । ଉଭୟ ବ୍ୟବସ୍ଥାକୁ ବିଚାରକୁ ନେଇ କଡା  ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍‌ ପୋଲିସ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ଥିବା ବ୍ଲୁ ବୁକ୍ ଗାଇଡ୍‌ଲାଇନ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରାଯାଇଛି । ସଭାସ୍ଥଳ, ହେଲିପ୍ୟାଡ୍ ସହ ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତାରେ ଯିବେ, ସେ ସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରିଛନ୍ତି ପୋଲିସ ଡିଜି ଆରପି ଶର୍ମା ।ପୁରା ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରୁଛନ୍ତି ଏସ୍‌ପିଜି । ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ବାହାରିବାର ଅଧଘଣ୍ଟା ଆଗରୁ ରାସ୍ତାକୁ ସାଧାରଣ ଯାତାୟତ ପାଇଁ ବନ୍ଦ କରି ଦିଆଯିବ । କଟକରୁ ଯଦି ପ୍ରଧାନମନ୍ତ୍ରୀ ରାସ୍ତାରେ ଫେରିବେ ସେଥିଲାଗି ଅନୁରୁପ ବ୍ୟବସ୍ଥା କରାଯାଇଛି । ପ୍ରାୟ ୫୫ଜଣ ଗୁଇନ୍ଦା କୋବ୍ରା , ସ୍ଥଳବାହିନୀ ଏବଂ ଓଡିଶା ପୋଲିସକୁ, ଏସପିଜି ଅଧିକାରୀମାନେ ସୁରକ୍ଷା ନେଇ ସ୍ବତନ୍ତ୍ର ତାଲିମ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଟ୍ରାଫିକ୍ କଟକଣା ଲାଗୁ ହେବ ।  ମୋଦିଙ୍କ ସଭାସ୍ଥଳ ପାଖରେ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।ହେଲିପ୍ୟାଡରୁ ସଭା ସ୍ଥଳର ଦୂରତା ୩.୫ କିମି ଥିବାରୁ ରାସ୍ତାର ଦୁଇ ପାର୍ଶ୍ବରେ ବାରିକେଡିଂ ହୋଇଛି ।ମୋଦିଙ୍କ ଗସ୍ତ ସମୟରେ ସୁରକ୍ଷା ଲାଗି ପ୍ରାୟ ୭୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ । ସଭାସ୍ଥଳରେ ଏସପିଜି ଓ ଏନଏସ ଜି ଟିମ ମଧ୍ୟ ମୁତୟନ ହେବେ ।

Comments (0)
Add Comment