ବଲାଙ୍ଗୀର ବଟଲିଂ ପ୍ଲାଂଟ ୧୪ଟି ଜିଲ୍ଲାର ଆବଶ୍ୟକତାକୁ ପୁରଣ କରିବ: ଧର୍ମେନ୍ଦ୍ର

ଭୁବନେଶ୍ୱର : ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଆଜି ବଲାଙ୍ଗୀର ଜିଲ୍ଲାର ବିରକାନୀ ଠାରେ ଏକ ଏଲପିଜି ବଟଲିଂ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ବଟଲିଂ ପ୍ଲାଂଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୩ ଏକର ସ୍ଥାନରେ ନିର୍ମିତ ହେବାକୁ ଥିବା ଏହି ପ୍ଲାଂଟରେ ପ୍ରତିବର୍ଷ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବାର କ୍ଷମତା ରହିବ । ଏହି ପ୍ଲାଂଟ୍‌ ସ୍ଥାପିତ ହେଲେ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲା ବାସିନ୍ଦାଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି ବୋଲି ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର , ଝାରସୁଗୁଡା , ସମ୍ବଲପୁର , ବରଗଡ, କଳାହାଣ୍ଡି , ସୋନପୁର , କୋରାପୁଟ, ମାଲକାନଗିରି , ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ , ରାୟଗଡା , ସୁନ୍ଦରଗଡ ଏବଂ ନୂଆପଡା । ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଲୋକଙ୍କ ନିକଟରେ ଏଲ୍‌ପିଜି ଗ୍ୟାସ ପହଁଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଛନ୍ତି ।

ଏହି ପ୍ଲାଂଟ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି । ବିପିସିଏଲ ପକ୍ଷରୁ ନିର୍ମାଣ ହେବାକୁ ଯାଉଥିବା ଏହି ବଟଲିଂ ପ୍ଲାଂଟ ଓଡିଶାରେ ଦ୍ୱିତୀୟ । ଏହା ପୂର୍ବରୁ ଖୋର୍ଦ୍ଧା ଠାରେ ୧୯୮୮ ମସିହାରେ ଏକ ବଟଲିଂ ପ୍ଲାଂଟ ନିର୍ମାଣ କରାଯାଇଥିଲା । ଏହା ବ୍ୟତୀତ ବାଲେଶ୍ୱର , ଖୋର୍ଦ୍ଧା , ଝାରସୁଗୁଡା ଓ ଜଟଣୀ ଠାରେ ଅନ୍ୟାନ୍ୟ ତୈଳ କମ୍ପାନୀର ବଟଲିଂ ପ୍ଲାଂଟ ରହିଛି । ସେହିପରି ଉପଭୋକ୍ତା ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ପରେ ଭୁବନେଶ୍ୱର ଓ ରାୟଗଡା ଠାରେ ଆଉ ୨ଟି ପ୍ଲାଂଟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି । ନୂତନ ପ୍ଲାଂଟ ଗୁଡିକର ନିର୍ମାଣ ଶେଷ ହେବା ପରେ ଓଡିଶାରେ ମୋଟ ୭ଟି ବଟଲିଂ ପ୍ଲାଂଟରୁ ବାର୍ଷିକ ୪.୦୬ କୋଟି ସିଲିଣ୍ଡର ଉତ୍ପାଦନ କରାଯାଇ ପାରିବ ।

ଫ୍ରଧାନ ମନ୍ତ୍ରୀ ଦେଶର ପ୍ରଥମ ହଳିଆ , ପରେ ମଞ୍ଚରେ ବସିଥିବା କେନ୍ଦ୍ର ମନ୍ତ୍ରୀ ଥାଓ୍ବରଚନ୍ଦ କେହଲଟ ମହାଶୟ ଦ୍ବତୀୟ ହଳିଆ ଓ ମୁଁ ତୃତୀୟ ହଳିଆ । ହଳିଆ କାମ ସାହୁକାର ପାଖରେ କାମର ତାଲିକା ରଖିବା କର ହୋଇ ଛି ନ ହୋଇଛି ତାହାର ଯବାବ ଦେବା। ସେହି ଯବାବ ମୁଁ ଦେବା ପାଇଁ ଆସିଛି। ଶିଳ୍ପ ବିହିନ ବଲାଙ୍ଗୀର ଜିଲ୍ଲାରେ ଶିଳ୍ପାନୂଷ୍ଠାନ ନିର୍ବାଣ କରାଯିବା ସହ ବଲାଙ୍ଗୀର ଜିଲ୍ଲାକୁ ଆଗାମି ଦିନରେ ଏୖତିହାସିକ ସବୁ କାର୍ଯ୍ୟ କରିବା କୁ ନିଆଯାଇଛି ନିଷ୍ପତ୍ତି। ଏଭଳି କିଛି ମନ୍ତବ୍ୟ ରଖିଥିଲେ ବଲାଙ୍ଗୀର ଠାରେ ବଟଲିଂପ୍ଲାଣ୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଦିନିକିଆ ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ବେନ୍ଦ୍ର ପ୍ରଧାନ।  ୨୦୧୯ ନିର୍ବାଚନ ଆଗରୁ ପ୍ରଥମେ ବଲାଙ୍ଗୀର କୁ ଅମିତ ଶାହା ଆସି ଗୁରୁମନ୍ତ୍ର ଫୁଙ୍କିକି ଯିବା ପରେ ଏବେ ତାହାର ଗୁଟି ଚାଲଣା କରିବା ପାଇଁ ବଲାଙ୍ଗୀରରୁ ଆରମ୍ଭ କରିଛନ୍ତି ରଣ ନିତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖାଲି ସେତିକି ନୂହେଁ ବଲାଙ୍ଗୀର ଜିଲ୍ଳାର ବିଭିନ୍ନ ମୁଖ୍ୟ ସମସ୍ୟାକୁ ନିଜ ବକ୍ତବ୍ୟରେ ରଖି କହିଛନ୍ତି ସମସ୍ତ କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଇଁ ଝୁଲିବା ପରିସ୍ତତି ରେ ରହିଛି ଅନୁମତି ଦେଲେ ଶିଘ୍ର ସମ୍ପୁର୍ଣ୍ଣ କରିବ କେନ୍ଦ୍ର ସରକାର। ବଲାଙ୍ଗୀର ଲୋୟରସୁକତେଲ ପ୍ରକଳ୍ପ , ବାଏପାସ ରାସ୍ତା , ବଲାଙ୍ଗୀର ଖୋର୍ଦ୍ଧା ରେଳ ଲାଇନ, ମୁଖ୍ୟ ପ୍ରସଂଙ୍ଗ ସହ ନୂତନ ଏନଏଚ ରାସ୍ତା ନିର୍ମାଣ ଓ ଇଣ୍ଡୋର ଷ୍ଟାଡିୟମ ନିର୍ବାଣ ପାଇଁ ଗୁରୁତ୍ବ ପୁର୍ଣ୍ଣ ପଦକ୍ଷେପ କେନ୍ଦ୍ର ସରକାର ନେଇଥିବା ସହ ଅତି ଶିଘ୍ର ତାହା ପୁରଣ କରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ। ସେପଟେ ଗତ କିଛି ବର୍ଷ ତଳେ ବଲାଙ୍ଗୀର ଆସିବା ସମୟରେ ଗୋଟିଏ ଷ୍ଟେଜରେ ବିରୋଧି ଦଳନେତା ନରସିଂହ ମିଶ୍ର ଗୋଟିଏ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଦାବି ରଖିଥିବା ବେଳେ ତାହା ପୁରଣ କରିବା ପାଇଁ ସେ ସମସ୍ତ ପଦକ୍ଷେପ ନେଇଛନ୍ତି ।,ଏପରିକି  ପିତାଙ୍କ ଆଞ୍ଗ୍ୟା ପୁତ୍ର ନିଶ୍ଚିତ ଭାବରେ ରଖିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆଜିର ଏ କାର୍ଯ୍ୟକ୍ରମରେ ଡକା ଯାଇଥିବା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ , କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ, ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ସହ ସ୍ଥାନିୟ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ଅନୁପସ୍ତତି କୁ ନେଇ ଅସଂନ୍ତୋଷ ବ୍ୟକ୍ତ କରିବା ସହ ଗୁମାସ୍ଥାଙ୍କ ଆଦେଶ ପାଳନ କରି ଆଶିନଥିବା କହିବା ସହ ଏଭକି ଜନକଲ୍ୟାଣ କାର୍ଯ୍ୟକମ ଠାରୁ ବଡ କାର୍ଯ୍ୟକ୍ରମ କିଛି ନଥିବା କହିବା ସହ ସ୍ଥାନିୟ ସାଂସଦଙ୍କୁ ଟାର୍ଗେଟ କରି  ରାଜା ଲୋକ ତାରଙ୍କ ଉପରେ ନିର୍ଭର କରେ ଆସିବେ ନ ଆସିବେ ବୋଲି ମତ ରଖିଥିଲେ ଧର୍ମେନ୍ଦ୍ର।

ସେପଟେ ଆଜି ସକାଳ ୪ ଟାରେ ଟ୍ରେନ ଯୋଗେ ବଲାଙ୍ଗୀର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିବା ବେଳେ ଦିନ ୧୦ଟା ୩୦ ରେ ସିଧାସଳଖ ହେଲିକେପ୍ଟର ଯୋଗେ ବଲାଙ୍ଗୀର ଆସିଥିଲେ ମନ୍ତ୍ରୀ ଥାଓ୍ବରଚନ୍ଦଗେହଲଟ।  ସ୍ଥାନିୟ ସାର୍କିଟ ହାଉସ ଠାରୁ ଦୁହିମନ୍ତ୍ରୀ ସିଧାସଳଖ କୋଶଳ କଳାମଣ୍ଡ ଠାରେ ଏଳପିଜି ବଟଲିଂ ପ୍ଲାଣ୍ଟର କିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ସିଧାଳଖ ଶାସ୍ତ୍ରୀ ନଗର ଠାରେ ନିର୍ବାଣ ହୋଇଥିବା ସ୍ବାମୀ ବିବେକାନନନ୍ଦ ଭାରତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁଧ୍ୟାନ ସଂସ୍ଥାନ ର ବଲାଙ୍ଗୀର ଠାରେ ଏକ ସାଟେଲାଇଟ କେନ୍ଦ୍ର ର କରିଥିଲେ ଉଦଘାଟନ। ତେବେ ୨୩ ଏକର ଜମିରେ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ବଟଲିଂପ୍ଲାଣ୍ଟ ହେବାକୁ ଥିବା ବେଳେ ଏହା ୨୦୨୦ ପର୍ଯ୍ୟନ୍ତ ସମାପ୍ତ ହୋଇ କାର୍ଯ୍ୟକ୍ଷମ କରିବା କୁ କହିଛନ୍ତି ମନ୍ତ୍ରୀ। ଏହି ପ୍ଲାଣ୍ଟ ଦ୍ବାରା ଏଳପିଜି ଉପୋଭୋକ୍ତାଙ୍କ ସଂଖ୍ୟା ବଢିବା ସହ  ବ୍ୟବସାୟୀଙ୍କ ମଧ୍ୟ ସଂଖ୍ୟା ବଢିବ ଓ ଏହି ପ୍ଲାଣ୍ଟ ଯୋଗେ ବହୁ ବେକାଣ ଶିକ୍ଷିତ ଯୁବକ ଙ୍କ ଠାରୁ ଆରମ୍ଭ କରି ବହୁ ଲୋକ ଏଥିରେ ରୋଜଗାର କ୍ଷମ ହୋଇ ପାରିବେ ବୋଲି କହିଛନ୍ତି ମନ୍ତ୍ରୀ।

ନିର୍ବାଚନ ଯେତିକି ପାଖେଇ ଆସୁଛି  ଜିଲ୍ଲାର ରାଜେନୈତିକ ପାଣିପାଗ  ସେତିକି ଉସ୍ମ ହେବାରେ ଲାଗିଛି। ବିଜେପୁର ନିର୍ବାଚନ ପରେ ବିଜେପିର ଫୋକାଶ ରେ ଏବେ ପଶ୍ଚିମ ଓଡିଶା। ଛତ୍ତିଶ ଗଡ ରାଜ୍ୟ ବିଜେପି ଅଧିନ ରେ ଥିବା ବେଳେ ଏବେ ପଶ୍ଚିମ ଓଡିଶାକୁ  କିଭଳି ନିଜ ଅଧିନକୁ ଆଣି ହେବ ସେନେଇ ଚାଲିଛି ଗୋଟି ଚାଲଣା । କିଛି ଦିନ ତଳେ ଅମିତ ଶାହା ଆଉ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ବଲାଙ୍ଗୀର ରାଜନୈତିକ ପାଣି ପାଗକୁ କେତେ ଉସ୍ମ କରିପାରୁଛି ତାହା ଆଗାମି ୨୦୧୯ ସାଧାରଣ ନିର୍ବାଚନରେ ଜଣାପଡିବ ।

 

 

Comments (0)
Add Comment