ଉଜ୍ଜଳା ଯୋଜନା ଅନ୍ୟଦେଶ ପାଇଁ ମଡେଲ ଭାବେ ଉଭା ହୋଇଛି : ଧର୍ମେନ୍ଦ୍ର ପ୍ରଧାନ

“ଉଜ୍ଜଳା ଯୋଜନା ରାଜ୍ୟରେ ନୂଆ ଅନୁଭବ ତିଆରି କରିପାରିଛି “

ନୂଆଦିଲ୍ଲୀ : ରାଜ୍ୟର ମହିଳାମାନଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରିଛି ବିଜେପି । ରାଜ୍ୟର ୩୦ଟି ଜିଲ୍ଲାର ମହିଳାଙ୍କ ପାଖରେ ପହଁଚିବାକୁ ଦିଲ୍ଲୀରୁ ଆରମ୍ଭ ହୋଇଛି ଉଜ୍ଜ୍ବଳା ସ୍ବାଭିମାନ ଉତ୍ସବ। ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ୩୦ଟି ଜିଲ୍ଲାରେ ସିଧା ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମେନକା ଗାନ୍ଧୀ। ରାଜ୍ୟର ୩୦ଟି ଜିଲ୍ଲାର ମହିଳା ହିତାଧୀକାରୀଙ୍କ ସହିତ ସିଧା ଯୋଡ଼ି ହୋଇଥିଲେ। ଭାରତବର୍ଷର ୬ କୋଟି ଘରେ ଉଜ୍ଜଳା ଯୋଜନା ପହଂଚାଯାଇପାରିଛି । ଓଡିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଁଚିଲାଣୀ । ମୋଦି ସରକାରଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଉଜ୍ଜଳା ଯୋଜନା ଆଜି ଅନ୍ୟଦେଶ ପାଇଁ ମଡେଲ ଭାବେ ଉଭା ହୋଇଛି । ଓଡ଼ିଶାରେ ଉଜ୍ଜ୍ବଳା ଯୋଜନା ଦ୍ବାରା ୩୫ଲକ୍ଷ ମହିଳା ଉପକୃତ ହୋଇଛନ୍ତି, ତାହାହିଁ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପୂର୍ବରୁ ଓଡିଶାରେ ମୋଟ ୧ କୋଟି ଘର ମଧ୍ୟରୁ ୨୦ ଲକ୍ଷ ଘରେ ଏଲପିଜି ଥିଲା ଜ୍ଝ କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ହେବା ପରେ ଭାରତବର୍ଷ ଗରୀବ ମା ଓ ଭଉଣାମାନଙ୍କ ପାଇଁ ସ୍ୱଚ୍ଛ ଇନ୍ଧନ ଦେବାର ବ୍ୟବସ୍ଥା କଲେ । ଭାରତବର୍ଷର ୬ କୋଟି ଘରେ ଉଜ୍ଜଳା ଯୋଜନା ପହଂଚାଯାଇପାରିଛି ।


• ୨୯ ଜିଲ୍ଲାର ୬୦ ହଜାର ମହିଳାଙ୍କ ସହ ଭିଡିଓକନଫରେନସିଂ ମାଧ୍ୟମରେ କଥା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ ଜ୍ଝ
• ଭାରତବର୍ଷର ୬ କୋଟି ଘରେ ଉଜ୍ଜଳା ଯୋଜନା ପହଂଚାଯାଇପାରିଛି , ଓଡିଶାରେ ଏହି ସଂଖ୍ୟା ୩୬ ଲକ୍ଷ
• ଓଡିଶାର ୭୫ ଲକ୍ଷ ପରିବାରରେ ପହଁଚିସାରିଲାଣୀ ଏଲପିଜି
• କାମ କଲେ ସମାଲୋଚନା ହେବାକୁ ପଡିଥାଏ, ମାତ୍ର ସମାଲୋଚନାକୁ ଭ୍ରୁକ୍ଷେପ ନକରି ଭାରତ ସରକାର ପ୍ରତିବଦ୍ଧତାର ସହ କାମ ଆରମ୍ଭ କରିଛନ୍ତି
• ମୋଦି ସରକାର ସବୁବେଳେ ମହିଳାଙ୍କ ସମ୍ମାନ କଥା ଚିନ୍ତା କରିଛନ୍ତି

ଓଡିଶାରେ ୭୫ ଲକ୍ଷ ପରିବାରରେ ଏବେ ଏଲପିଜି ପହଂଚିଲାଣି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଭଲ କାମ କଲେ ସମାଲୋଚନା ହେବାକୁ ପଡିଥାଏ । ମାତ୍ର ସମାଲୋଚନାକୁ ଭ୍ରୁକ୍ଷେପ ନକରି ଭାରତ ସରକାର ପ୍ରତିବଦ୍ଧତାର ସହ କାମ ଆରମ୍ଭ କରିଛନ୍ତି । ଆଗାମୀ ବର୍ଷକ ମଧ୍ୟରେ ଓଡିଶାରେ ଗୋଟେ ଗରୀବ ରହିବ ନାହିଁ, ଯା ଘରେ ଉଜ୍ଜଳା ଯୋଜନାରେ ଏଲପିଜି ନଥିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଏ ସରକାର ଦେଶର ମହିଳାଙ୍କ ପାଇଁ ସମର୍ପିତ ବୋଲି କହିଥିଲେ । ଭାରତ ସରକାରଙ୍କ ଅନେକ ଲୋଖାଭିମୁଖୀ ଯୋଜନାର ଅଧିକା ଲାଭ ମହିଳାଙ୍କୁ ମିଳୁଛି । ଆଜି ଓଡିଶାରେ ଉଜ୍ଜଳା ଯୋଜନା, ସୁପୋଷଣ ଯୋଜନା, ଶୌଚାଳୟ, ଆବାସ ଯୋଜନା,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳାମାନେ ଅଧିକ ଲାଭାନ୍ୱିତ ହେବା ସହ ମୁଦ୍ରା ଯୋଜନାରେ ଅନେକ ଉଦ୍ୟମୀ ତିଆରି ହୋଇପାରୁଛନ୍ତି । ମୋଦି ସରକାର ସବୁବେଳେ ମହିଳାଙ୍କ ସମ୍ମାନ କଥା ଚିନ୍ତା କରିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ।

Comments (0)
Add Comment