ରାହୁଲଙ୍କ ଆରୋପର ଜବାବ : ପାଲଟା ଜବାବି ଆକ୍ରମଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଗସ୍ତରେ ଆସିଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡା ସମାଲୋଚନା କରିଥିଲେ ଏବଂ ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଅନେକ କିଛି ପ୍ରଗତି ହେବ ବୋଲି ସ୍ୱପ୍ନ ଦେଖାଇଥିଲେ । ଏହି ଘଟଣା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାରେ ସମ୍ବାଦିକ ସମ୍ମିଳନୀ କରି ପାଲଟା ଆକ୍ରମଣ କରିଛନ୍ତି ଓ ତାତ୍ସଲ୍ୟ ମଧ୍ୟ କରିଛନ୍ତି ।
ଓଡଶା ଯେଉଁ ମାନଙ୍କ ପାଇଁ ଆଜି ପଛରେ ପଡିଛି ରାହୁଲ ସେଇ ମାନଙ୍କ ଲାଗି କହିବାକୁ ଓଡିଶା ଯାଇଛନ୍ତି ବୋଲି କହିଛନ୍ଥି ଧମେନ୍ଦ୍ର ପ୍ରଧାନ ।
ଯେବେଯେବେ କଂଗ୍ରେସ ଦଳ କେନ୍ଦ୍ରରେ ଶାସନ କରିଛି ଓଡିଶା ପ୍ରତି ଅନ୍ୟାୟ ହୋଇଛି । ଲମ୍ବା ସମୟ ଦିଲ୍ଲୀରେ କଂଗ୍ରେସ ଶାସନ ସମୟ ବେଳେ ଓଡିଶାର ଖଣିଜ ସମ୍ପଦକୁ ବିନା ମୂଲ୍ୟରେ ଶିଳ୍ପପତିମାନଙ୍କୁ ଟେକି ଦିଆଯାଉଥିଲା । ଓଡିଶାର ଖଣି ସମ୍ପଦ ଓ ପ୍ରାକୃତିକ ସମ୍ପଦ, ଲୁହା ପଥର ଓ ବକ୍ସାଇଟ ଏଗୁଡିକୁ ଶିଳ୍ପପତିମାନଙ୍କୁ ମାଗଣାରେ ଦିଆଯାଉଥିଲା । ଏସବୁ କଂଗ୍ରେସର ନେତୃତ୍ୱ ଓ ନୀତିକାରଣରୁ ହେଉଥିଲା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି କାରଣରୁ ଆଜି ସେଗୁଡିକ ନିଲାମ ହୋଇ ଦିଲ୍ଲୀ ନ ଆସି ଭୁବନେଶ୍ୱର ଟ୍ରେଜରିରେ ଭର୍ତ୍ତି ହେଉଛି । ସେଥିରେ ଓଡିଆ ଲୋକେ ସୁବିଧା ପାଉଛନ୍ତି । ଓଡିଶାର କୋଇଲାକୁ ଦଲାଲି ଖାଇ କଂଗ୍ରେସ ଦଳ ତାଙ୍କ ଦଳୀୟ ନେତାକୁ ଦେଇଥିଲେ । ମୋଦି ସରକାର ତାହା ନିଲାମ କରିବା ଦ୍ୱାରା ଭୁବନେଶ୍ୱର ଟ୍ରେଜରିକୁ ଅର୍ଥ ଯାଉଛି । କଂଗ୍ରେସ ଶାସନର ଏହା ଠାରୁ ବଡ ଉଦାହରଣ କିଛି ନାହିଁ । କଂଗ୍ରେସ ଦଳର ମୁଖିଆ ଓଡିଶା ଲୋକଙ୍କୁ ବୋକା ବନାଇବା ଚେଷ୍ଟା କରୁଛନ୍ତି । ସେଥିରେ ସେ ସଫଳ ହେବେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ରାହୁଲଙ୍କ ଋଣଛାଡ ଘୋଷଣାକୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି, ଏକ ଜାତୀୟ ଗଣମାଧ୍ୟମରେ ଏବେ ପ୍ରକାଶ ପାଇଛି ମଧ୍ୟପ୍ରଦେଶରେ ଜଣେ ଚାଷୀଙ୍କୁ ୧୩ ଟଙ୍କା ଋଣ ଛାଡ ହୋଇଛି । କଣ୍ଣାଟକ ଓ ପଞ୍ଜାବରେ ମଧ୍ୟ ଏମାନେ ସରକାର ଆସିବା ପୂର୍ବରୁ ଋଣ ଛାଡ କଥା କହିଥିଲେ । ଯେଉଁ ରାଜ୍ୟମାନଙ୍କରେ ଜିତିବା ପାଇଁ ଋଣଛାଡ କଥା କହିଥିଲେ ସେହି ରାଜ୍ୟ ଗୁଡିକର ଏବେ ଅବସ୍ଥା କଣ । ସେ ସବୁ ଏବେ ଗଣମାଧ୍ୟମରେ ପ୍ରକାଶ ପାଇଲାଣି । ଯେଉଁମାନେ ଲମ୍ବା ସମୟ ଧରି କୃଷକଙ୍କର ଦୁରବସ୍ଥା ପାଇଁ କୃଷକ ମେରୁଦଣ୍ଡ ଭାଙ୍ଗିବା ପାଇଁ ଦାୟୀ ସେମାନେ ଏହି ନାଟକ କରୁଛନ୍ତି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାହୁଲ ସମାଲୋଚନା କରିବା ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ୨୦୦୯ରେ ଆମର ଯେତେବେଳେ ମେଂଟ ଭାଙ୍ଗିଲା ସେତେବେଳେ ନବୀନ ପଟ୍ଟନାୟକଙ୍କୁ କ୍ଷମତାରେ ରହିବା ପାଇଁ କିଏ ସୁଯୋଗ ଦେଇଥିଲା । ଏବେଏବେ ରାଫେଲକୁ ନେଇ ପାର୍ଲାମେଣ୍ଟରେ ବିର୍ତକ ହେଲା, ରାଫେଲର ବିକଳ୍ପରେ ଥିବା ୟୁରୋଫାଇଟର ପାଇଁ ଓକିଲାତି କିଏ କରୁଥିଲା । ବିଜେଡିର ସାଂସଦ କଳିକେଶ ସିଂହ ଦେଓ । ଆଉ ତାଙ୍କ ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ଅପର ପକ୍ଷେରେ ରାହୁଲ ଗାନ୍ଧି ମଧ୍ୟ ଏହି ରାଫେଲକୁ ନେଇ ଓକାଲାତି କରୁଥିଲେ । ଏଣୁ କିଏ କାହା ସହ ଅଛି । ଏହା ତ ହେଉଛି ସଂସଦ ଭିତରର କଥା । ଟ୍ରିପଲ ତଲାକ ବିଲରେ କଂଗ୍ରେସ ସହ ସହମତ ରଖୁଥିବା ଦଳର ନାଁ ହେଲା ବିଜେଡି । ଏବେ ଏବେ ସବୁ ଘଟିଛି । ଏଣୁ “ଲୁଚିଛି ନା ଗୋଡ ଦୁଇଟା ଦିଶୁଛି”ା ନବୀନଙ୍କୁ ସମାଲୋଚନା କରିବା ହେଉଛି ତାଙ୍କର ବାଧ୍ୟ ବାଧ୍ୟକତା । ଆଜି ସେମାନେ ଯେତେବେଳେ ତୃତୀୟ ସ୍ଥାନରେ ପହଁଞ୍ଚିଛନ୍ତି ତେଣୁ ସେ ତାଙ୍କର ସତୀତ୍ୱ ଦେଖାଇବା ପାଇଁ “ଦିନରେ ବସନ୍ତ ରାତିରେ ବାସନ୍ତିି”ରୂପକୁ ଲୁଚାଇବା ପାଇଁ ଏପରି କିଛି କରୁଛନ୍ତି ବୋଲି ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି ।।

Comments (0)
Add Comment