ଝାରସଗୁଡାରେ ଧରାହେଲା ଜାଲ ନୋଟ ତିନି ଗିରଫ, ଦେଖନ୍ତୁ ଟଙ୍କା ଛପା ମେସିନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଚିଖିଲାପାଲି ଗାଁରେ ୬୫ ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ରେଙ୍ଗାଲି ପୋଲିସ । ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।  ସେମାନଙ୍କ ଠାରୁ ୧୧୦ ଖଣ୍ଡ 500 ଟଙ୍କିଆ ଓ ୫ ଖଣ୍ଡ ୨ହଜାର ଟଙ୍କିଆ ଜାଲ ନୋଟ୍‌ ଜବତ କରାଯାଇଛି। ଓଡିଶା-ଛତିଶଗଡ଼ ସୀମାନ୍ତ ବିଭିନ୍ନ ଗ୍ରାମାଞ୍ଚଳରେ ଜାଲ ନୋଟ କାରବାର କରୁଥିବା ସୂଚନା ପାଇ ପୁଲିସ ଆଜି ଚିଖିଲାପାଲି ଗାଁ ରେ ଚଢ଼ାଉ କରିଥିଲା ।

ଖଡ଼ିଆ ୫ଶହ ଟଙ୍କିଆ ନୋଟ। ପୋଲିସ ଟେବୁଲ ଉପରେ ଥୁଆ ହୋଇଥିବା ଏହି ନୋଟ ସବୁ ଜାଲ୍‌ ନୋଟ। ଏକ ଥରେ ୬୫ ହଜାର ଟଙ୍କା ହାତେଇବା ପାଇଁ ଏହି ଜାଲ ନୋଟ ମାର୍କେଟକୁ ଛାଡ଼ିବାକୁ ବସିଥିଲେ କାର୍ପଟଦାର। ୩ ଜଣଙ୍କୁ ଧରି ଝାରସୁଗୁ଼ଡ଼ା ରେଙ୍ଗାଲି ପୋଲିସ ।

ଏମାନଙ୍କ ଟାର୍ଗେଟରେ ଥିଲା ଗ୍ରାମାଞ୍ଚଳ। ଉତ୍ସବ ସମୟରେ ପର୍ବପର୍ବାଣୀରେ ଏମାନେ ଜାଲ୍‌ ନୋଟ ଛାଡ଼ିବା ଲାଗି ପ୍ଲାନ ବନେଇଥିଲେ। ଆଉ ପୋଲିସ ପାଖରେ ଖବର ପହଞ୍ଚିଥିଲା। ପୋଲିସ ଜାଲ ନୋଟ୍‌ କାରବାର ପଛରେ ଏକ ରାକେଟ୍‌ ରହିଥିବା ପୁଲିସ ସନ୍ଦେହ କରୁଛି। ଚିଖିଲାପାଲି ଗାଁ ରେ ଚଢ଼ାଉ କରିଥିଲା। ଘଟଣା ରେ ସମ୍ପୃକ୍ତ ଥିବା ତିନି ଜଣ ବ୍ୟକ୍ତି ଙ୍କୁ ଅଟକ ରଖିଥିଲା। ତେବେ ଏମାନେ ଆଉ କିଛି ଟଙ୍କା ମାର୍କେଟକୁ ଛାଡ଼ିସାରିଥିବା ଏବଂ ଛତିଶଗଡ଼ ପର୍ଯ୍ୟନ୍ତ ଏହି ରାକେଟ ଲମ୍ବିଥିବା ସନ୍ଦେହ କରାଯାଉଛି।

ଜାଲ ନୋଟ ଛପେଇ ରାତାରାତି ଧନୀ ହେବା ମୋହରେ କିଛି ଏଧରଣ କାର୍ଯ୍ୟରେ ପାଦ ଦେଉଛନ୍ତି। ହାତ ଚିକ୍କଣ କରିବାକୁ ଚାହୁଁଛନ୍ତି। କିନ୍ତୁ ଜାଲ ଟା ଜାଲ୍‌ ଏବଂ ଯେମିତି ହେଲେ ବି ଜଣା ପଡ଼ିଯିବ, ତାହା ହିଁ ହୋଇଛି ଝାରସୁଗୁଡ଼ାରେ।

Comments (0)
Add Comment