ଭୁବନେଶ୍ବର : ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ବ୍ୟାନ୍ ହେବ ପଲିଥିନ୍ ଓ ପ୍ଲାଷ୍ଟିକ୍ ।ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ଏହା ଉପରେ ପ୍ରତିବନ୍ଧ ଲାଗିବ । ପରେ ସାରା ରାଜ୍ୟରେ ଏହି ପ୍ରତିବନ୍ଧକ ଲାଗିବ । ପଲିଥିନ୍ ଓ ପ୍ଲାଷ୍ଟିକ୍ ଜାତ ସାମଦ୍ରୀ ତିଆରି କରୁଥିବା କଂପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହମ କରାଯିବା ସହ ଜରିମାନା ଆଦାୟ ହେବ । ସେହିଭଳି ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାର ନକରିବାକରୁ ସଚେତନ ସୃଷ୍ଟିକରିବେ ସାରା ରାଜ୍ୟରେ ଥିବା ମ୍ୟୁନିସାପଲିଟି ଓ ଏନ୍ଏସ୍ କର୍ତ୍ତୃପକ୍ଷ ।
ନଭେମ୍ବର ୨ ପରେ କିନ୍ତୁ ପ୍ଲାଷ୍ଟିକ୍ ଓ ପିଲିଥିନ୍ ତିଆରି କରୁଥିବା କଂପାନୀ ଓ ବିକ୍ରି କରୁଥିବା ଦୋକାନୀ ଉପରେ ଜରିମାନା ଆଦାୟ ସହ ୫ ବର୍ଷ ଜେଲ୍ ଦଣ୍ଡ ବ୍ୟବସ୍ଥା କରାଯିବ । ଜିଲ୍ଲାପାଳ, ଉପଜିଲ୍ଲାପାଳ, ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡର ସଦସ୍ୟଙ୍କୁ ଚଢାଉ ଓ ଜରିମାନା ଆଦାୟ ପାଇଁ କ୍ଷମତା ଦିଆଯାଇଛି । ସେହି ପିଲିଥିନ୍ର ବିକଳ୍ପ ଭାବେ ଠୁଙ୍ଗା, କାଗଜ ଖଲି, କାଗଜ ବ୍ୟାଗ, ପତ୍ର ଖଲି ଆଦି ବ୍ୟବହରା କରିବାକୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥା ଏହି ସବୁ ଜିନିଷ ଉତ୍ପାଦନ ପାଇଁ ଆର୍ଥିକ ସହାୟତା ନେବାକୁ ଚାହିଁବେ ତେବେ ଓଡ଼ିଶା ଏନଭର୍ଣ୍ଣମେଣ୍ଟ ମ୍ୟାନେଜମେଣ୍ଟ ଫଣ୍ଡରୁ ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।
ପାର୍ବଣ ଆସୁଥିବାରୁ ପୂଜା ମଣ୍ଡପରେ ପଲିଥିନ୍ ଓ ପ୍ଲାଷ୍ଟିକ ସିଟ୍ ବ୍ୟବହାର ନେଇ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏବେ ଅପେକ୍ଷା ରାଜ୍ୟସରକାଙ୍କର ଏଭଳି ପଦକ୍ଷେପକୁ ରାଜ୍ୟବାସୀ କେତେ ମାତ୍ରାରେ ଏବଂ କେତେ ଆଗ୍ରହର ସହିତ ଗ୍ରହଣ କରିପାରୁଛନ୍ତି ।