ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ଆଜିଠୁ ଜାରି ହୋଇଛି ରଷ୍ଟ୍ରପତି ଶାସନ । ରାଜ୍ୟପାଳ ଶାସନ ଅବଧି ସରିବା ପରେ କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଆଜିଠାରୁ ୬ ମାସ ଯାଏ ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବ। ପୂର୍ବରୁ ଜମ୍ମୁକଶ୍ମୀର ରାଜ୍ୟପାଲ ସତ୍ୟପାଲ୍ ମଲିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବାନେଇ ସୁପାରିସ ସହ କେନ୍ଦ୍ର ନିକଟକୁ ରିପୋର୍ଟ ପଠାଇଥିଲେ। ଏହାପରେ କେନ୍ଦ୍ରୀୟ କ୍ୟାବିନେଟ୍ ଏହି ସୁପାରିସକୁ ମଞ୍ଜୁର କରିଥିଲେ।
ଆଜୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ଘୋଷଣାପତ୍ରରେ ଦର୍ଶାଯାଇଛି ବର୍ତ୍ତମାନଠାରୁ ବିଧାନସଭାର କ୍ଷମତା ଅପସାରଣ କରାଗଲା ଏବଂ ସଂସଦ ଦ୍ୱାରା ବା ଅଧୀନରେ ଏହା ପରିଚାଳିତ ହେବ।