ଆତ୍ମା ବଖାଣିଲା ହତ୍ୟା କାହାଣୀ : ସ୍ରୀ ଦେହରେ ସ୍ୱାମୀ ଆତ୍ମା କହଲା ବାକିଟଙ୍କା ମାଗିବାରୁ ମାରିଦେଲେ,ମାମଲା ରୁଜ୍ଜୁ କଲା ପୋଲିସ

କେନ୍ଦ୍ରାପଡା : ଆତ୍ମା ବଖାଣିଲା ମୃତ୍ୟୁ କାହାଣୀ । ବାକି ଟଙ୍କା ମାଗିବାରୁ କିପରି ମିଳିମିଶା ମାରିଦେଲେ । ଖାଲି ମାରିଦେଲେନି ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଦେଲେ । କାଳେ ଧରାପଡିଯିବେ ସେଥିଲାଗି ସହଯୋଗକରି ଶବ ଦାହ ବି କରାଇଦେଲେ । ହେଲେ ଏବେ ଅସଲ କଥା ଧରାପଡିଛି । ମୃତ ସ୍ୱାମୀଙ୍କ ଆତ୍ମା ଶ୍ରୀ ଦେହରେ ସବାର ହୋଇ ସବୁ ସତ କହିଛି ଆଉ ସତ ପଦାକୁ ଆସିବା ପରେ ହତ୍ୟା ମାମଲା ରୁଜ୍ଜୁ କରିଛି ପୋଲିସ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଳଡିହା ଗାଁରେ ।  ସମସ୍ତେ ଭାବୁଥିଲେ ଆତ୍ମହତ୍ୟା । ହେଲେ ମୃତକଙ୍କ ପତ୍ନୀ ଅଚାନକ ବଖାଣିଛନ୍ତି ପୂରା ଘଟଣା । କେମିତି ତାଙ୍କ ସ୍ବାମୀଙ୍କୁ ମିଳିମିଶି ମାରି ଜବରଦସ୍ତ ଦଉଡିରେ ଝୁଲାଇ ମାରିଦେଲେ, ସେହି ଘଟଣା ଟିକିନିଖି କରି କହିଛନ୍ତି ପତ୍ନୀ । ଘଟଣାସ୍ଥଳରେ ନଥିଲେ ପତ୍ନୀ ହେଲେ ମୃତ ସ୍ବାମୀଙ୍କ ସ୍ବରରେ ବର୍ଣ୍ଣନା କରିଛନ୍ତି ଯେମିତି ସବୁ କିଛି ନିଜ ଆଖିରେ ଦେଖିଛନ୍ତି । ଏହାପରେ ଆତ୍ମହତ୍ୟା କୁ ହତ୍ୟା ମାମଲା ଭାବରେ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି

ବନିତା ନାୟକ… କାଳିଆ, ମିଟିଆ ଦାସ ମୋତେ ମାରିଲେ.. ଛାତିରେ ମାରି ବେହୋସ କରିଦେଲେ.. ତାପରେ ଦଉଡିରେ ଟାଙ୍ଗି ଦେଲେ..କେନ୍ଦ୍ରାପଡା ମାର୍ଶାଘାଇ ପାଳଡିଆ ଗାଁର ବନିତା । କହୁଛନ୍ତି, କେମିତି ତାଙ୍କ ସ୍ବାମୀ ସୁବୋଧଙ୍କୁ ହତ୍ୟା କରାଯାଇଛି । ଗତ ୨ତାରିଖରେ ସୁବୋଧଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସୁବୋଧଙ୍କ ପତ୍ନୀ କହୁଛନ୍ତି, ସେଦିନ କଣ ଘଟିଥିଲା ।ଘଟଣାସ୍ଥଳରେ ନଥିଲେ, ହେଲେ ମୃତ ସୁବୋଧଙ୍କ ଭଳି ଗୋଟି ଗୋଟି କରି ସବୁ ବଖାଣୁଛନ୍ତି ବନିତା । ସାରା ପରିବାର ଉପରେ ଛିଣ୍ଡିପଡିଛି ପାହାଡ ।

ରଙ୍ଗକାମ କରି ପରିବାର ଚଳାନ୍ତି ସୁବୋଧ ନାୟକ । ୨ମାସ ତଳେ ନିଜ ଗାଁ ପାଳଡିଆର ଜଣଙ୍କ ଘରେ କାମ କରିଥିଲେ । ୪୫ହଜାର ଟଙ୍କା ବାକିଆ ଥିଲା । ଗତ ୧ତାରିଖରେ ସେ ଟଙ୍କା ମାଗିବାକୁ ଯାଇଥିଲେ, ହେଲେ ରାତିରେ ଆଉ ଫେରି ନଥିଲେ । ପରଦିନ ସକାଳୁ ତାଙ୍କ ମୃତ ଦେହ ଘର ପାଖ ବିଦ୍ୟୁତ ଖୁଣ୍ଟିରେ ଝୁଲୁଥିଲା । ସମସ୍ତେ ଭାବୁଥିଲେ ସେ ଆତ୍ମହତ୍ୟା କରିଛନ୍ତି । ହେଲେ ବନିତାଙ୍କ ବୟାନ ଭିନ୍ନ କାହାଣୀ କହୁଛି । ତାଙ୍କ ଗୁହାଳ ଘରୁ ଦଉଡି ନେଇ ଟାଙ୍ଗି ଦେବ ପରେ କୁଆଡେ ଅଭିଯୁକ୍ତମାନେ ତରବରିଆ ଭାବରେ ଶବଦାହ ସହାୟତା କରାଇ ଦେଇଥିଲେ । ଯାହା ତିଆରି କରୁଛି ସନ୍ଦେହ ।

ସୁବୋଧଙ୍କ ପରିବାର ଲୋକ ୪ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛନ୍ତି । ତେବେ ଘଟଣା ଚପାଇ ଦେବାକୁ ଉଦ୍ୟମ ହେଉଥିବା ସନ୍ଦେହ କରି ଗାଁ ଲୋକ ଥାନା ଆଗରେ ଧାରଣା ଦେଇଥିଲେ । ଘଟଣା ଦିନ ରାତିରେ କୁଆଡେ ମୃତ ସୁବୋଧଙ୍କ ଗୁହାଳ ଘରୁ କିଛି ଲୋକ ଦଉଡି ନେଇଥିବା କିଛି ଲୋକ ଦେଖିଥିଲେ । ଏସବୁ ଘଟଣା ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାନି ତଦନ୍ତ ଆରମ୍ଭ କରିଛନ୍ତି । ଅଧାପୋଡା ଶରୀର ଏବଂ ପାଉଁଶ ଜବତ କରିଛି ଫୋରେନସିକ୍‌ ଟିମ୍ । ହତ୍ୟା ନା ଆତ୍ମହତ୍ୟା । ବନିତାଙ୍କ ବୟାନ କେତେ ଠିକ । ଏସବୁ ଉପରେ ପୋଲିଲ ଛାନଭିନ୍ ଆରମ୍ଭ କରିଛି । ସୁବୋଧ ଏବଂ ତାଙ୍କ ପରିବାର ଅପେକ୍ଷା କରିଛନ୍ତି କେବେ ନ୍ୟାୟ ମିଳିବ ।

Comments (0)
Add Comment