ନୂଆଦିଲ୍ଲୀ: ଆଜି ୭୧ତମ ଗଣତନ୍ତ୍ର ଦିବସ । ଏ ନେଇ ଦେଶବ୍ୟାପି ହେଉଛି ପାଳିତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟରରେ ଏହି ଶୁଭେଚ୍ଛା ବାର୍ତା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ ଆଜି ସନ୍ଧ୍ୟା ୬ଟାରେ ପ୍ରସାରଣ ହେବ । ବର୍ଷ ୨୦୨୦ର ଏହା ହେବ ପ୍ରଥମ ମନ କୀ ବାତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନିଜର ଭାବନାକୁ ପରିପ୍ରକାଶ କରିବେ ।