ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତି; ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ

ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି । ଓଡ଼ିଶାରେ ସରକାର ବଦଳିବ । ନ୍ୟୁଜ ଏଜେନ୍ସୀ ANIକୁ ସାକ୍ଷାତକାର ଦେଇ ଏହା କହିଛନ୍ତ ମୋଦି। ନିଜ ପୁରୁଣା କଥା ଦୋହରାଇଛନ୍ତି ମୋଦି। ଜୁନ ୪ ରେ ବର୍ତ୍ତମାନର ସରକାରଙ୍କ ଏକ୍ସପାରୀ ଟେଡ୍ । ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ମୋଦି କହିଛନ୍ତି। ଗତ ୨୫ ବର୍ଷ ଭିତରେ ଓଡ଼ିଶାରେ କିଛି ପ୍ରଗତି ହୋଇ ନାହିଁ ।

ଓଡ଼ିଶା ଧନୀ ହୋଇଥିବା ବେଳେ ଓଡ଼ିଶାର ଲୋକ ଗରିବ ବୋଲି ମୋଦି କହିଛନ୍ତି। ଓଡ଼ିଶାରେ ପ୍ରଥମ ନିର୍ବାଚନୀ ସଭାରେ ସମାନ କଥା କହିଥିଲେ ମୋଦି । ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଥିଲେ ।

ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦି । ଓଡ଼ିଶା ଗସ୍ତ ପୂର୍ବରୁ ପୁଣିଥରେ ବିଜେପି ସରକାର ଗଠନ ନେଇ ମୋଦି ଦମ୍ଭୋକ୍ତି ଦେଖାଇବା ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛି । ଏହା ପରେ ଜବାବ ରଖିଥିଲା ବିଜେଡି। ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ କହିଥିଲେ, ଜୁନ ୯ରେ ଷଷ୍ଠ ଥର ପାଇଁ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ।

The BJP Chief Minister will take oath on June 10
Comments (0)
Add Comment