ଓଲିଉଡର ଡ୍ରିମ ଗାର୍ଲ ତଥା ଚୁଲୁବୁଲି ନାୟିକା ପ୍ରିୟା ପୁଣି ଛୋଟ ପରଦାକୁ ଫେରିଛନ୍ତି । ପ୍ରିୟା ଅବଶ୍ୟ ସମୟ ସମୟରେ ଛୋଟ ପରଦାରେ ନଜର ଆସିଛନ୍ତି । ସଂପ୍ରତି ତାଙ୍କୁୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିଅଲିଟି ସୋ’ ମିଷ୍ଟର ହଜବ୍ୟାଣ୍ଡ’ରେ ଉପସ୍ଥାପିକା ଭାବେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ପ୍ରିୟା ସାର୍ଥକ ଟିଭିରେ ପ୍ରସାରିତ ଓଡିଶାର ବେଷ୍ଟ-ଡ୍ରାମେବାଜ’ରେ ଜଜ ଭାବେ ମଧ୍ୟ ନଜର ଆସିଥିଲେ । ଏବେ ପୁଣି ଏହାର ସିଜିନ-୨ରେ ବି ଜଜ ଭାବେ କାମ କରୁଛନ୍ତି । ଜୀ ସାର୍ଥକ ଟିଭିରେ ପ୍ରସାରିତ ଏହି ରିଆଲିଟି ସା’ରେ ଶ୍ରୀତମ ଦାସ ଏବଂ ଅଭିନେତା-ନିର୍ଦ୍ଦେଶକ ଦେବୁ ପଟ୍ଟନାୟକ ଏହି ସା’ରେ ଜଜ ଭାବେ ନଜର ଆସୁଛନ୍ତି? ପ୍ରିୟା ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ଡ୍ରିମ ଗାର୍ଲରେ ପ୍ରଥମେ ବଡ ପରଦାରେ ଆସିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ଏହାପରେ ପ୍ରିୟାଙ୍କୁ ଅଭିମନ୍ୟୁ, ବାଇଶି ପାହାଚେ ଖେଳିବ ମୀନ, ଆଲମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ ତତେ ଦେଇଛି, ହିରା-ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ ୟୁ, ଦୋସ୍ତି , ଗୁଡ ବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା, ମିତ ବସିଛି ମୁଁ ଭୂତ ସାଥୀରେ ଓ ତା’ ବାଟ ଚାହିଁଛି ରାତି ସାରା ଆଦି ଓଡିଆ ଫିଲ୍ମରେ ଦେଖିବାକୁ ପାଇଛନ୍ତି ଦର୍ଶକ ।