ମୁମ୍ବାଇ : ଆଉ ଦିନ କେଇଟା ପରେ ବାହା ହେବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ହେଲେ ତାଙ୍କ ବାହାଘର ଦିନ କୁ ନେଇ ଏବେ ଠୁ ଚର୍ଚ୍ଚା ହେଲାଣି । କାହିଁକି ନା ବାହାଘର ଦିନ ପ୍ରିୟଙ୍କା ଏକ ହେଲିକପ୍ଟର ବୁକ କରିଛନ୍ତି ଯେଉଁଥିରେ ସେ ବାହା ହେବାକୁ ଯିବେ ।
ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା । ପ୍ରେମିକ ନିକ୍ଙ୍କ ସହ ସେ ଯୋଧପୁରରେ ବିବାହ କରିବାକୁ ଯାଉଥିବା ବେଳେ ବିବାହର ପ୍ରସ୍ତୁତି ଜୋର ସୋରରେ ଚାଲିଥିବା ଦେଖାଯାଇଛି । ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପ୍ରିୟଙ୍କା ଏକ ହେଲିକପ୍ଟର ବୁକ୍ କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ପ୍ରିୟଙ୍କା ବିବାହ ଦିନ ଉଦୟପୁର ଯାଇ ସେଠାରୁ ହେଲିକପ୍ଟର ସାହାଯ୍ୟରେ ଯୋଧପୁରର ଉମୈଦ ଭବନରେ ଓହ୍ଲାଇବେ । ଯାହା ପାଇଁ ଯୋଧପୁରରେ ଏକ ହେଲିପ୍ୟାଡ଼୍ ତିଆରି କରାଯିବ ବୋଲି ଜଣାପଡ଼ିଛି । ତେବେ ପ୍ରିୟଙ୍କାଙ୍କ ସହିତ ହେଲିକପ୍ଟର ମଧ୍ୟରେ ଆଉ କେଉଁମାନେ ରହିବେ,ତାହା ଜଣା ପଡ଼ିନାହିଁ ।