ମୁମ୍ବାଇ : ବିଦେଶୀ ବନ୍ଧୁଙ୍କୁ ବାହାହେବା ପରେ ଓମାନରେ ହନିମୁନ ମନାଇ ସାରିଲେଣୀ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା । ହଲେ ହନିମୁନ ସରୁ ସରୁ ତାଙ୍କ ସ୍ୱାମୀ ନିକ ତାଙ୍କୁ ଛାଡି ଚାଲିଯାଇଛନ୍ତି । ବେଦେଶୀ ସ୍ୱାମୀ ନିକ ଆମେରିକା ଯାଇଥିବାବେଳେ ଭାରତରେ ରହିଯାଇଛନ୍ତି ପ୍ରିୟଙ୍କା । ନୂଆ ନୂଆ ବାହାଘର ଆଉ ହନିମୁନ ସରୁ ସରୁ ସ୍ୱାମୀ ନିକ ତାଙ୍କୁ ଛାଡି ସ୍ୱଦେଶ ଫେରି ଯିବାକୁ ନେଇ ଏବେ ବେଶୀ ଦୁଖି ଅଛନ୍ତି ପ୍ରିୟଙ୍କା ବୋଲି ଜଣା ପଡିଛି । ଏହି ଖବର ବି ଟାଉନରେ ଚର୍ଚ୍ଚା ।
ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରେମିକ ନିକ୍ ଜୋନସ ଯୋଧପୁରରେ ବିବାହ କରିଥିଲେ। ଏହି ବାହାଘର ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ରୀତିରେ ଆୟୋଜିତ ହୋଇଥିଲା। ପ୍ରିୟଙ୍କା ଓ ନିକ ଦିଲ୍ଲୀରେ ଏକ ରିସେପସନ୍ ପାର୍ଟି ଦେଇଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ।
ତେବେ ପ୍ରିୟଙ୍କା ଓ ନିକ ପୁଣି ଡିସେମ୍ବର ୧୯ ଓ ୨୦ରେ ମୁମ୍ବାଇରେ ଏକାଠି ହେବେ ବୋଲି ଜଣାପଡିଛି । କାହିଁକି ନା ଏହି ଦୁଇ ଦିନ ବି- ଟାଉନରେ ଦୁଇଟି ରିସେପସନ ପାର୍ଟି ରଖିଛନ୍ତି ନବବିବାହିତା ।
ହାତରୁ ମେହେନ୍ଦି ଲିଭିନି, ହେଲେ ପୁଣି ଥରେ ବାହାହେବେ ପ୍ରିୟଙ୍କା, କାହିଁକି ?