ଭୁବନେଶ୍ବର : କାର୍ଯ୍ୟରେ ଯୋଗଦେଲେ ଜଷ୍ଟିସ ରଘୁବୀର ଦାଶ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ଲାଗି ଜଷ୍ଟିସ୍ ରଘୁବୀର ଦାଶ କମିଶନ ଗଠିତ ହୋଇଛି । କଟକ ସର୍କିଟ୍ ହାଉସ୍ କମିଶନଙ୍କ କାର୍ଯ୍ୟାଳୟରେ ସେ ଯୋଗଦେଇଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଜୁଲାଇ ୨୫ ସତ୍ୟପାଠ ଦାଖଲର ଶେଷ ତାରିଖ ରହିଛି । ଅଗଷ୍ଟ ମାସ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପରେ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ଚାବି ହଜିବା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପୂର୍ବତନ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା । ଜଷ୍ଟିସ୍ ଦାଶ ଯୋଗଦେବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିବ ବୋଲି ଆଶା କରାଯାଉଛି ।