ସୋସିଆଲ ମିଡିଆରେ ଚର୍ଚ୍ଚା: ରାୟବରେଲୀର କଂଗ୍ରେସ ବିଧାୟିକା ଆଦିତି ସିଂହଙ୍କୁ ବିବାହ କରିବେ ରାହୁଲ

ନୂଆଦିଲ୍ଲୀ : କିଛି ଦିନ ହେଲା ସୋସିଆଲ ମିଡିଆରେ ଏଭଳି ଫୋଟ ଭାଇରାଲ ହେଉଛି ଯେଉଁଥିରେ କି ଦାବି କରାଯାଉଛି କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାହ ରାୟବରେଲୀର କଂଗ୍ରେସ ବିଧାୟିକା ଆଦିତି ସିଂହଙ୍କ ସହିତ ହୋଇପାରେ । ଯେତେବେଳେ କଂଗ୍ରେସ ବିଧାୟିକାଙ୍କ ଠାରୁ ଏକ ଚ୍ୟାନେଲ ଏହି ଶୁଣାଖବର ଉପରେ ନିଜ ମତ ଜାଣିବାକୁ ଚାହିଁଥିଲେ ତ ସେ ଏହି କଥାକୁ ଏଡାଇ ଯାଇଥିଲେ ।

ଆଦିତି ସିଂହ କହିଛନ୍ତି କି, ଗତ କିଛି ଦିନରେ ସୋସିଆଲ ମିଡିଆରେ ଯେଉଁ ସବୁ ଉଡାଖବର ଶୁଣାଯାଉଛି, ସେଥିପାଇଁ ସେ ଚିନ୍ତିତ ଅଛନ୍ତି । ସେ କହିଛନ୍ତି କି, ରାହୁଲ ଗାନ୍ଧୀ କେବଳ ତାଙ୍କ ପାର୍ଟି ଅଧ୍ୟକ୍ଷ ଅଟନ୍ତି ଓ କହିବାକୁ ସେ ତାଙ୍କ ବଡଭାଇଙ୍କ ଭଳି ଅଟନ୍ତି । ସେ ତାଙ୍କୁ ଯଥେଷ୍ଟ ସମ୍ମାନ କରନ୍ତି ।

କଂଗ୍ରେସ ବିଧାୟିକା ଟ୍ୱିଟ କରି କହିଛନ୍ତି କି, ଏଭଳି ମନଗଢା କାହାଣୀ ତାଙ୍କୁ ବିଳଚିତ କରୁଛି । ସେ ଏହା ସ୍ପଷ୍ଟ କରି କହିଛନ୍ତି କି ରାହୁଲ ଗାନ୍ଧୀ ତାଙ୍କ ବଡ ଭାଇ ଭଳି ଅଟନ୍ତି । ସୋସିଆଲ ମିଡିଆରେ ଏପରି କାହାଣୀ ତାଙ୍କୁ ବହୁତ ଦୁଖଃ ଦେଉଛି ।

Comments (0)
Add Comment