ସଂସଦରେ ପୁଣି ଆଖି ମାରି ଚର୍ଚ୍ଚାରେ ରାହୁଲ

ଚିକିତ୍ସା କରାଇନେବା ଦରକାର: ବିଜେପ
ରାଫେଲ୍ ଆଲୋଚନାବେଳେ ସଂସଦରେ ଆଖିମାରିଲେ ରାହୁଲ

ନୂଆଦିଲ୍ସଂଲୀ : ସଦରେ ରାହୁଲଙ୍କ ଆଖିମିଟିକା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲାବେଳେ ଚଳିତ ଶୀତ ଅଧିବେଶନରେ ଲୋକସଭାରେ ରାଫେଲ୍ ଜେଟ୍ ପ୍ରସଙ୍ଗ ଆଲୋଚନା କାଳରେ ରାହୁଲ ପୁଣିଥରେ ଆଖି ମିଟିକା ମାରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଲୋକସଭାରେ ରାଫେଲ୍ ଆଲୋଚନା ସରଗରମ ଥିବାବେଳେ ରାହୁଲଙ୍କ ଏତାଦୃଶ ବ୍ୟବହାରକୁ ବିଜେପି ସମାଲୋଚନା କରିଛି । ରାହୁଲଙ୍କ ଆସନ ଆଗ ଧାଡ଼ିରେ ନିମ୍ନ ସଦନ ଉପ-ବାଚସ୍ପତି ଥାମ୍ବିଦୁରାଇ ଠିଆ ହୋଇ ଅଭିମତ ଉପସ୍ଥାପନ କରୁଥିବା ସମୟରେ ସିସିଟିଭିରେ ରାହୁଲଙ୍କ ଆଖି ମିଟିକା କଏଦ ହୋଇଥିଲା । ବିଜେପି ନେତା ଅମିତ ମାଲବୀୟ ଟ୍ୱିଟର୍ରେ ଛାଡ଼ିଥିବା ଭିଡିଓରେ ଦେଖାଯାଇଛି ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଖରେ ବସି ରାହୁଲ ଅନ୍ୟ ଜଣେ ସଭ୍ୟଙ୍କୁ ଅନାଇ ହଠାତ୍ ଆଖି ମିଟିକା ମାରୁଛନ୍ତି । ମାଲବୀୟ ପ୍ରତିକ୍ରିୟା ପ୍ରକାଶ କରି ରାହୁଲଙ୍କୁ ନିଶ୍ଚିତ ସେବାର ଆବଶ୍ୟକତା ଥିବା ଜଣାଇଛନ୍ତି । ୨୦୧୮ ଜୁଲାଇରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସ ତରଫରୁ ଆଗତ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ରାହୁଲ ଅଭିଭାଷଣ ଦେବା ପରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯାଇ ହାତ ମିଳାଇବା ସଙ୍ଗେ ସଙ୍ଗେ ଆଲିଙ୍ଗନ କରିଥିଲେ । ତତ୍ପରେ ନିଜ ଆସନରେ ବସିବା ପରେ ଦଳୀୟକର୍ମୀଙ୍କୁ ଅନାଇ ଆଖି ମିଟିକା ମାରିଥିଲେ । ଶୁକ୍ରବାର କଂଗ୍ରେସର ମିଛ ବୟାନବାଜିକୁ କଡ଼ା ସମାଲୋଚନା କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ପୂର୍ବର ଉପା ସରକାର ଦେଶର ପ୍ରତିରକ୍ଷା କ୍ଷେତ୍ର ପ୍ରତି ଚରମ ଅବହେଳା କରି ଆସୁଥିଲେ । ଚୀନ ଓ ପାକିସ୍ତାନ ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ପୂର୍ଣ୍ଣ ଧ୍ୟାନ ଦେଉଥିବା ବେଳେ ଭାରତର ଉପା ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଉ ନଥିଲା ବୋଲି ସୀତାରମଣ ଅଭିଯୋଗ କରିଥିଲେ ।

Comments (0)
Add Comment