ରାହୁଲଙ୍କୁ ଭୁବନେଶ୍ୱରରେ ମିଳୁନି ପଡିଆ, କେଉଁଠି ହେବ ସଭା ଚିନ୍ତାରେ ନିରଞ୍ଜନ

ଭୁବନେଶ୍ୱର : ଜାନୁୟାରୀ ୨୫ରେ ଓଡିଶା ଗସ୍ତରେ ଆସିବେ ରାହୁଲ । ତେବେ କେଉଁଠି ହେବ ଦଳୀୟ ସମାବେଶ ଏହା ସ୍ତିର ହୋଇପାରୁନି । ଉପକୂଳରେ ସଭା ହେବା ଏକ ପ୍ରକାର ନିଶ୍ଚିତ ହୋଇଥିଲେ ବି ସଭା କେଉଁଠି ହେବ ସନେଇ ନିଶ୍ପତ୍ତି ନେଇ ପାରୁନି ପିସିସି । ରାହୁଲଙ୍ଗ ଗସ୍ତକୁ ନେଇ ଦଳରେ ଯେମିତି ଭିନ୍ନ ମତ ରହିଛି ତାହା ଏକ ପ୍ରକାର ଚର୍ଚ୍ଚା ହେଉଛି । ରାହୁଲଙ୍କ ସଭା ପାରାଦୀପରେ ହେବ ବୋଲି ପ୍ରଥମେ କୁହାଗଲା । ହେଲେ ପରେ ତାହା ବଦଳିଲା କଟକ ବାଲିଯାତ୍ରା ପଡିଆରେ ସମାବେଶ ହେବ ଓ ଭୁବନେଶ୍ୱରରରେ କର୍ମୀ ବୈଠକରେ ରାହୁଲ ଯୋଗଦେବେ ବୋଲି ନିଜେ ପିସିସି ସଭାପତି ସାମ୍ବାଦିକ ସମ୍ମଳନୀରେ ଘୋଷଣା କଲେ । ହେଲେ ତାହା ବି ହୋଇପାରିଲାନି । ପିସିସି ସଭାପତିଙ୍କ ଘୋଷଣାର ଦିନକ ପରେ ପୁଣି ବଦଳିଲା ରାହୁଲଙ୍କ ସଭା ରାଜଧାନୀ ଭୁନେଶ୍ୱରେ ହେବ ବୋଲି ଘୋଷଣା କଲେ ଦଳର ନେତା । ହେଲେ ତାହା ହେବକିନାହିଁ ସ୍ଥିର ହୋଇପାରୁନି । ଏମିତିକି ନିଜେ ପିସିସି ସଭାପତି ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି । କାହିଁକିନା ରାହୁଲଙ୍କ ସଭା ଲାଗି ଭୁବନେଶ୍ୱରରେ ପଡିଆ ମିଳୁନି ବୋଲି ନିଜେ ପିସିସି ସଭାପତି କହିଛନ୍ତି । ଜାନୁୟାରୀ ୨୬ ଥିବାରୁ ପଡିଆ ସମସ୍ୟା ହେଉଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

କଂଗ୍ରେସ ୨୫ରେ ରାହୁଲ ଗାନ୍ଧୀଙ୍କୁ ଗସ୍ତକୁ ନେଇ ବିଚଳିତ ହୋଇପଡିଛି। ରାହୁଲ ଗାନ୍ଧୀଙ୍କ କାର‌୍ୟ୍ୟକ୍ରମ କେଉଁଠି କରିବ ସେନେଇ ପ୍ରଥମ ଦ୍ବନ୍ଦ୍ବ ଲାଗି ରହିଥିବାବେଳେ ଏବେ ଭୁବନେଶ୍ବରର ହେବାକୁ ସ୍ଥିର ହୋଇଥିବାବେଳେ କାର‌୍ୟ୍ୟକ୍ରମ କରିବାକୁ ପଡିଆ ମିଳୁନି। ଯାହାକୁ ନେଇ ଆଜି ପିସିସି ସଭାପତି ସକାଳୁ ପଡିଆରୁ ପଡିଆକୁ ବୁଲି ଝାଳ ବୁହାଇସାରିଲେଣି। ତମାଣ୍ଡୋରେ ଦୁଇଟି ପଡିଆ ଦେଖିଥିବାବେଳେ କ୍ୟାପିଟାଲ ହାଇସ୍କୁଲ ପଡିଆ ବୁଲି ଦେଖିଛନ୍ତି । ହେଲେ ରାହୁଲ ଗାନ୍ଧୀଙ୍କ କାର‌୍ୟ୍ୟକ୍ରମ ନେଇ ସୁଇଟେବଲୁ ପଡିଆ ଜନତା ମଇଦାନ କି ବରମୁଣ୍ଡା ପଡିଆ ମିଳିଲା ନାହିଁ।

Comments (0)
Add Comment