ଭୁବନେଶ୍ବର : ଆସନ୍ତା ୨୫ରେ ଓଡିଶା ଗସ୍ତରେ ଆସିବେ ଏଆଇସିସି ଅଧ୍ୟକ୍ଷ ରାହୁଲଗାନ୍ଧୀ । ଦଳୀୟ ସମାବେଶରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ରାହୁଲ । ରାଜ୍ୟରେ ୨୦୧୯ ନିର୍ବାଚନ ଲାଗି ବିଗୁଲ ଫୁଙ୍କିବେ ରାହୁଲଗାନ୍ଧୀ । ରାହୁଲଙ୍କ ଗସ୍ତ ନେଇ ଦିଲ୍ଲୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।