ଆତ୍ମ ହତ୍ୟାକଲେ ଦୁଇ ନାବାଳିକା ଦୁଷ୍କର୍ମକାରୀ  : ପାରାଦୀପରେ ରଶିରେ ଝୁଲିଲା,ଭଦ୍ରକରେ ଟ୍ରେନ ଲାଇନରେ ମୁଣ୍ଡ ଦେଲା ଅଭିଯୁକ୍ତ

ଭୁବନେଶ୍ବର : ପାରାଦୀପ ଉପକଣ୍ଠ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡିକିପୁର ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୧୦ବର୍ଷିୟ ନାବାଳିକା କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିଥିବା ଜଣା ପଡିଛି। ମୃତକ ଜଣକ ସେହି ଗ୍ରାମର ଗୋପି ସାମଲ ବୋଲି ଜଣାପଡ଼ିଛି। ଯେଉଁଥିରେ ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ରୁ ଜଣାପଡ଼ିଛି ଯେ ନାବାଳିକା ଜଣକ ତାର ଘରେ ଥିବା ବେଳେ ମୃତ ଅଭିଯୁକ୍ତ ଗୋପି ସାମଲ ଘରେ ଏକୁଟିଆ ଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ନାବାଳିକା ଟିକୁ ତାର ଘରକୁ ଡ଼ାକି ଆଣିଥିଲା। ପ୍ରଥମେ ଆମେ ଆଜି ଠାକୁର ପୂଜା କରିବା ଓ ତାପୂର୍ବରୁ ରୋଷେଇ ଘରେ ଭାତ ବସିଛି ଯା ଟିକେ ଦେଖି ଆସେ ବୋଲି କହିଥିଲା। ପୂର୍ବରୁ ଉକ୍ତ ଝିଅ ସମ୍ପର୍କୀୟ ଦୃଷ୍ଟିରୁ ମୃତ ଗୋପିକୁ ଦାଦା ଦାଦା ବୋଲି ଡାକୁଥିଲା ଏବଂ ପାଖରେ ଘର ହୋଇ ଥିବାରୁ ଯିବା ଆସିବା ମଧ୍ୟ ଲାଗି ରହିଥିଲା। ସେ ଦୃଷ୍ଟିରୁ ଝିଅଟି କିଛି ନବୁଝି ନସୁଝି ଘର ଭିତରକୁ ପଶି ଯାଇଥିଲା। ତେବେ ଘରକୁ ପଶିବା ମାତ୍ରେ ଯୁବକ ଟି ଘର କବାଟ ବନ୍ଦ କରି ଘର ଭିତରେ ଦୁଷ୍କର୍ମ କରିଥିଲା। ଏନେଇ କିଛି ସମୟ ପରେ ନାବାଳିକା ଜଣକ କାନ୍ଦି କାନ୍ଦି ତାର ଘରେ ସବୁ କହିବା ପରେ ଝିଅଟିର ମା ସ୍ଥାନୀୟ କୁଜଙ୍ଗ ଥାନା ରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏନେଇ କୁଜଙ୍ଗ ପୋଲିସ ଘଟଣା ସ୍ଥଳକୁ ଯିବା ବେଳେ ବାଟରେ ଖବର ମିଳିଥିଲା ଯେ ଅଭିଯୁକ୍ତ ଜଣକ ତାର ଘରେ ବେକରେ ଲୁଙ୍ଗି ଗୁଡ଼ାଇ ଆତ୍ମହତ୍ୟା କରିଛି। ଏନେଇ ସଙ୍ଗେ ସଙ୍ଗେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିଲା। ଏଥିସହ ନାବାଳିକା କୁ ଡାକ୍ତରୀ ମାଇନା ପାଇଁ କୁଜଙ୍ଗ ଡ଼ାକ୍ତରଖାନାକୁ ପଠାଇବା ସହ ଅଭିଯୁକ୍ତ ର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଥିଲା। ଏନେଇ ଉକ୍ତ ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ଅଧିକ ତଦନ୍ତ ଚଳାଇଛି।

ସେପଟେ ଭଦ୍ରକରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଟ୍ରେନ ଲାଇନରେ ଆତ୍ମ ହତ୍ୟା କରିଛନ୍ତି । ଧାମନଗର ଥାନା ଚିଙ୍ଗଡିପୁରର ବିଶ୍ବନାଥ ପାତ୍ର ନାମକ ଜଣେ ଯୁବକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଜଣେ ଆଠ ବ୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଆରୋପ ଆସିଥିଲା । ଆଜି ଅଭିଯୁକ୍ତ ଯୁବକ ଟ୍ରେନ ଲାଇନରେ ମୁଣ୍ଡ ଦେଇ ଆତ୍ମ ହତ୍ୟା କରିଛନ୍ତି ।

Comments (0)
Add Comment