ଥମୁନି ଲଜ୍ଜା  : ସାଙ୍ଗ ଗଛ ମୂଳକୁ ଟେକିନେଇ ଜବରଦ ନେଲେ ଯୌନ ସୁଖ

ବାରିପଦା  : ରାଜ୍ୟରେ ଥମୁନି ଲଜ୍ଜା । ଆଦିବାସୀ ନାବାଳିକାକୁ ଘରୁ ଡାକି ନେଇ ଗଣ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ କରିଛନ୍ତି ପୀଡିତାଙ୍କ ୨ ନାବାଳକ ସାଙ୍ଗ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଜାମଶୋଳା ଗାଁରୁ ଆସିଛି ଅଭିଯୋଗ । ଗତ ୧୫ ତାରିଖ ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ପୀଡିତାଙ୍କୁ କୌଣସି କାମରେ ଘରୁ ଡାକିନେଇଥିଲେ ପୀଡିତାଙ୍କ ଦୁଇ ସାଙ୍ଗ । ସେ ବାହାରକୁ ଆସିବା ପରେ ଅନ୍ୟ ୩ ଜଣ ଦୁର୍ବୃତ୍ତ ପୀଡିତାଙ୍କ ମୁହଁ ବନ୍ଦ କରିବା ସହ ହାତ ବାନ୍ଧି ନିକଟସ୍ଥ ବୁଦା ମୂଳକୁ ଟେକିନେଇଥିଲେ । ସେଠାରେ ୫ଜଣ ଗଣଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ପରିବାର ଲୋକଙ୍କ ସହ ଯାଇ ଶୁଳିଆପଦା ଥାନାରେ ଏତଲା ଦେଇଛନ୍ତି । ପୋଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ୨ଜଣ ଫେରାର ଅଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । .

Comments (0)
Add Comment