ନ୍ୟାୟ ପାଇଁ ଅଭିନବ ଅଭିଯୋଗ : ବ୍ୟାଗ୍ରେ ଭ୍ରୁଣ ରଖି ଥାନାରେ ପହଞ୍ôଚଲା ଦୁଷ୍କର୍ମ ପୀଡ଼ିତା

ମୀରଟ୍ : ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଆମ୍ରୋହା ଜିଲ୍ଲାର ହସନପୁର ଥାନାରେ ଜନୈକା ୧୯ ବର୍ଷୀୟା ମହିଳା ପହଞ୍ôଚଥିଲେ । ସେ ଧରିଥିବା ବ୍ୟାଗରେ ଅପରିପକ୍ୱ ମୃତ ଭ୍ରୁଣଟିଏ ଥିଲା । ପୀଡ଼ିତା ମହିଳା ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ପାଞ୍ଚମାସ ପୂର୍ବେ ଅଭିଯୁକ୍ତ ବନ୍ଧୁକ ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିଲା । ଏ ବିଷୟ କାହା ଆଗରେ କହିଲେ ମାରିଦେବାର ଧମକ ଦେଇଥିଲା । ପୀଡ଼ିତା ଗର୍ଭବତୀ ହେବାର ଜାଣିବା ପରେ ଗର୍ଭପାତ ପାଇଁ ବାଧ୍ୟ କରିଥିଲା । ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଦଳିତ ଜାତିର ବୋଲି ପୁଲିସ ସୂଚନା ଦେଇଛି । ଦୁଷ୍କର୍ମ ଅଭିଯୁକ୍ତ ୨୨ ବର୍ଷୀୟ ମନୋଜ ବିରୋଧରେ ମାମଲା ରୁଜୁ କରାଯାଇଛି । ଭ୍ରୁଣକୁ ଫରେନ୍ସିକ୍ ଲାବକୁ ପଠାଯାଇଛି । ପୀଡ଼ିତା ତାଙ୍କ ମା’ଙ୍କ ସହ ଥାନାକୁ ଆସିଥିଲେ । ଠିକ୍ ଅନୁରୂପ ଭାବେ ଗତ ମେ’ ୧୯ ତାରିଖରେ ଲିସାରୀ ଗେଟ୍ ଅଞ୍ଚଳର ଜନୈକା ୧୪ ବର୍ଷୀୟା ପୀଡ଼ିତା ଗୋଟିଏ ବ୍ୟାଗରେ ମୃତ ଭ୍ରୁଣଟିଏ ଧରି ମୀରଟ୍ ପୁଲିସ୍ ଅଧିକ୍ଷକଙ୍କୁ ଭେଟିଥିଲେ । ସେ ଅଭିଯୋଗ କରିଥିଲେ ଯେ ଆଦିଲ ଓ ହସନ୍ ନାମକ ଦୁଇଜଣ ଯୁବକ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ପରେ ପୀଡ଼ିତା ଗର୍ଭବତୀ ହେବାର ଜାଣି ଭ୍ରୁଣ ନଷ୍ଟ ପାଇଁ ଔଷଧ ଦେଇଥିଲେ । ମାମଲା ଦଫାରଫା ପାଇଁ ଅଭିଯୁକ୍ତ ପୀଡ଼ିତାଙ୍କ ପରିବାରକୁ ଟଙ୍କା ଯାଚିଥିଲେ । ପୀଡ଼ିତାଙ୍କ ପରିବାର ଟଙ୍କା ଗ୍ରହଣ ନ କରି ଥାନାରେ ଅଭିଯୋଗ କରିଥିଲେ ।

Comments (0)
Add Comment