ନୂଆଦିଲ୍ଲୀ : ନୂଆ ବର୍ଷ ପାଳନ ପାଇଁ ହୋଇଥିଲା ବଡ ଆୟୋଜନ । ସାଙ୍ଗମାନେ ଏକାଠି ହୋଇ ପାର୍ଟି ଆୟୋଜନ କରିଥିଲେ । ପାର୍ଟିରେ ନାଚଗୀତ ଆୟୋଜନ କରାଯାଇଥିଲା । ରଙ୍ଗୀନ ଆଲୁଅରେ ଡିଜେର ତାଳେ ତାଳେ ନାଚିଥିଲେ ସମସ୍ତେ । ହେଲେ ନୂଆ ବର୍ଷ ପାଳନ ଆୟୋଜନ ପାର୍ଟିରେ ଏମିତି ଘଟିବ ବୋଲି ଜାଣି ନଥିଲେ ଇଣ୍ଟର କଲେଜର ଜଣେ ଛାତ୍ରୀ । ସହ ପାଠୀ ଯୁବ ବନ୍ଧୁଙ୍କ ସହ ନୂଆ ବର୍ଷ ପାଳିବା ତାଙ୍କ ପାଇଁ ମହଙ୍ଗା ପଡିଲା । ନୂଆ ୂର୍ଷ ପାର୍ଟିରେ ସାରା ଦିନ ସାଙ୍ଗମାନେ ତାଙ୍କୁ ଧୁଷ୍କର୍ମ କଲେ ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରୀ । ଘଟଣା ଘଟିଛି ଭୋଜପୁର ଅଞ୍ଚଳରେ । (ଛଦ୍ମନାମ)
ଭୋଜପୁରଥାନା ଅଂଚଳରେ ଶୀଲା ନାମକ ଜଣେ ଯୁବତୀ ଆଣିଛନ୍ତି ଏହି ଦୁଷ୍କର୍ମ ଅଭିଯୋଗ । ନୂଆବର୍ଷରେ ତାଙ୍କ ସହ ଦୁଇଜଣ ଯୁବକ ମଦପିଇ ଏଭଳି କରିଥିବାର ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଖୋଜୁଛି ।
ଶୀଲା ଇଣ୍ଟରକଲେଜ ଛାତ୍ରୀଥିଲେ । ଅଭିଯୁକ୍ତ ଯୁବକମାନଙ୍କୁ ଶୀଲା ଆଗରୁ ଜାଣିଥିଲେ । ସେମାନେ ନୂଆବର୍ଷ ପାର୍ଟି କରିବାକୁ ଶୀଲାଂକୁ ଡ଼ାକିଥିଲେ । ଶୀଲା ମଧ୍ୟ ସେହି ନୂଆବର୍ଷ ଭୋଜିକୁ ଯାଇଥିଲେ । ହେଲେ ତାକୁ ଦୁଷ୍କର୍ମ କରି ନୂଆବର୍ଷ ପାଳନକରିବେ ସେ କେବେ ଜାଣି ନଥିଲେ ।
ମଦ ପିଇବା ସହ ଯୁବକମାନେ ଶୀଲାକୁ ଦିନସାରା ଦୁଷ୍କର୍ମ କରିଥିଲେ । ନୂଆବର୍ଷ ପାଳନକୁ ଅଧିକ ରଂଗୀନ କରିବାକୁ ଯୁବକମାନେ ଏଭଳି ଅମାନୁଷିକ ଦୁଷ୍କର୍ମ କରିଥିବା କଥା ଶୀଲା ପୋଲିସ ଆଗରେ ପ୍ରକଶ କରିଛନ୍ତି ।
ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ତନାଘନା ଆରମ୍ଭ କରିଛି ।