ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଆଜିଠୁ ସପ୍ତାହେ ବ୍ୟାପୀ ବିଜେପିର ବିକ୍ଷୋଭ

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଆଜିଠୁ ସପ୍ତାହେ ବ୍ୟାପୀ ସବୁ ଥାନା ସମ୍ମୁଖରେ ବିଜେପି ବିକ୍ଷୋଭ କରିବା ସହ ଏତଲା ଦେବ। ରାଜ୍ୟରେ ଥିବା ସବୁ ଜଗନ୍ନାଥ ମନ୍ଦିରରେ ସମୂହ ଦୀପଦାନ କରିବ ଦଳ। ସରକାରଙ୍କୁ ଘେରିବାକୁ ଗତକାଲିଠୁ ବିଜେପି ଆରମ୍ଭ କରିଛି ଜନଜାଗରଣ କାର୍ଯ୍ୟକ୍ରମ । ରାଜ୍ୟର ପ୍ରତି ଜିଲ୍ଲା ଓ ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ। ଚାବି ହଜିବା ଓ ରତ୍ନଭଣ୍ଡାର ସମ୍ପତି ସୁରକ୍ଷାକୁ ନେଇ ଉଠୁଥିବା ପ୍ରଶ୍ନ ଓଡିଆ ଭାବାବେଗକୁ କୁଠାରଘାତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ବିଜେପି ପ୍ରଶ୍ନ କରିଛି । ଶ୍ରୀମନ୍ଦିର ହୁଣ୍ଡିରୁ ଆଦାୟ ହେଉଥିବା ଅଳଙ୍କାରକୁ ରତ୍ନଭଣ୍ଡାରରେ ରଖିବା ଲାଗି ଶ୍ରୀମନ୍ଦିର ଟେମ୍ପୁଲ ଆକ୍ଟରେ ଉଲ୍ଲେଖ ରହିଛି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ସେହି ଆଇନକୁ ଉଲଂଘନ କରି ଆଦାୟ ହୋଇଥିବା ଅଳଙ୍କାରକୁ ବ୍ୟାଙ୍କରେ ଜମା କରିଛି । ଏହା କିପରି ସମ୍ଭବ ହେଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି ।

Comments (0)
Add Comment