ଆଇସୋଲେସନରେ ରହିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ମନ୍ତ୍ରୀ ଓ ଅଧିକାରୀଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଗତକାଲି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ନିଜକୁ ସେଲଫ ଆଇସୋଲେସନ କରିଥିବା ବେଳେ ଆଜି ରବି ଶଙ୍କର ପ୍ରସାଦ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି।

ରବିବାର ଶାହ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶନିବାର ସନ୍ଧ୍ୟାରେ ରବି ଶଙ୍କର ପ୍ରସାଦ ତାଙ୍କୁ ଭେଟିଥିଲେ। ତେଣୁ ସେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇବାରୁ ସେଲଫ ଆଇସୋଲେସନକୁ ଚାଲି ଯାଇଛନ୍ତି। ଏଯାଏ ରବି ଶଙ୍କର ପ୍ରସାଦଙ୍କର କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଯାଇ ନାହିଁ। ତଥାପି ସେ ୭ରୁ ୧୪ ଦିନ ଯାଏ ଆଇସୋଲେସନରେ ରହିବେ ବୋଲି ଜଣାପଡ଼ିଛି।

Comments (0)
Add Comment