ଅଭିନେତ୍ରୀ ହେଲେ ରାଧେମା,ଅସଲି ଗେଟଅପରେ ପରଦାରେ ଆସିବେ ନଜର

ନିଜର ଷ୍ଟାଇଲିଜ ଅନ୍ଦାଜ ଓ ଗ୍ଲାମରକୁ ନେଇ ବେଶ ଛର୍ଚ୍ଚିତ ଥିଲେ ଗୁରୁ ରାଧେମା । ହେଲେ ଏବେ ଗୁରୁରୁ ମାରୁ ଅଭିନେତ୍ରୀ ପାଲଟିଛନ୍ତି ରାଧେମା । ହେଲେ ଏକ ୱେବ ସିରିଜରେ ୍‍ଭିନୟରେ ଡେବୁ କରିଛନ୍ତି । ଏଥିରେ ଛଅଟି ଏପିସୋଡ ରହିଛି । ପରଦାରେ ଅସଲି ଗେଟଅପରେ ରାଧେମାଙ୍କୁ ଦେଖିବାକୁ ମିଳିବ ।

ରାଧେ ମା’ ଏକ ୱେବ୍‌ ସିରିଜ୍‌ ଜରିଆରେ ଅଭିନୟ ଦୁନିଆରେ ପାଦ ରଖୁଛନ୍ତି। ଏଥିରେ ଛଅଟି ଏପିସୋଡ୍‌ ରହିଛି। ଏହାର ନାଁ ‘ରାହା ଦେ ମା’ ରହିଛି। ଆଉ ଏଥିରେ ରାଧେ ମା’ଙ୍କୁ ତାଙ୍କ ଅସଲି ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବ।
ଏହି ୱେବ୍‌ ସିରିଜ୍‌ ଏମିତି ଏକ ପରିବାରର କାହାଣୀ, ଯେଉଁଠି ଏକମାତ୍ର ପୁଅକୁ ତାଙ୍କ ମା’ ବାପା ଜଣେ ଫିଲ୍ମ ଷ୍ଟାର୍‌ କରିବାକୁ ଚାହୁଁଛନ୍ତି। ଆଉ ଆଶୀର୍ବାଦ ପାଇଁ ପୁଅକୁ ଧରି ରାଧେ ମା’ଙ୍କ ପାଖକୁ ଯାଇଛନ୍ତି। ଏହାର କିଛିଦିନ ପରେ ପିଲାଟିକୁ ଫିଲ୍ମ ଅଫର୍ ଆସୁଛି। କାହାଣୀ ସେ ସମୟରେ ନୂଆ ମୋଡ଼ ନେଉଛି, ଯେତେବେଳେ ପୁଅଟି ସମଲିଙ୍ଗୀ ବୋଲି ଜଣାପଡ଼ୁଛି।

ୱେବ୍‌ ସିରିଜ୍‌ରେ ଅଭିନୟର ଡେବ୍ୟୁ କରିବା ନେଇ ରାଧେ ମା’ କହିଛନ୍ତି, ‘‘ମୁଁ ଜୀବନରେ କେବେବି ଅଭିନୟ କରିନି। ମୁଁ ଯେମିତି ସେମିତି। ଏହି ସିରିଜ୍‌ରେ ବି ମୁଁ ମୋ ଚରିତ୍ରରେ ଅବିନୟ କରିଛି। ମୁଁ ଗୁରୁ ନୁହେଁ କି ସାଧୁ ନୁହେଁ।”
ସେ ଆହୁରି କହିଛନ୍ତି, “ପିଲାଦିନରୁ ନାଲି ରଙ୍ଗ ମୋର ପସନ୍ଦ। ମୁଁ କାହାରି ହୃଦୟ ଭାଙ୍ଗେ ନାହିଁ। ମୁଁ ସମସ୍ତଙ୍କୁ ଭଲ ପାଏ। ମୁଁ ସବୁବେଳେ ଭାବେ କୌଣସି ଇଭେଣ୍ଟକୁ ଗଲେ ଯେମିତି କାହାରି ହୃଦୟ ନ ଭାଙ୍ଗିବ।’’
ଏହି ୱେବ୍ ସିରିଜ୍ରେ ରାଧେ ମା’, ପଙ୍କଜ ବେରୀ, ଆରାଧାନା ଉପ୍ପଲ, ଅମନ୍‌ ମହେଶ୍ୱରୀ ଓ ଆୟଷୀ ଶର୍ମା ଅଭିନୟ କରିଛନ୍ତି।

Comments (0)
Add Comment