ଭୁବନେଶ୍ୱର : ଅବସରପ୍ରାପ୍ତ ଆଇପିଏସ ଅଫିସର ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ବିଜେଡି ନେତା ଅରୁପ ପଟ୍ଟନାୟକ ହେଲେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନିର୍ବାହୀ ଅଧ୍ୟକ୍ଷ । ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ଏହା ସହ ରାଜ୍ୟ ସରକାର ଆରମ୍ଭ କରିଥିବା ବିଜୁ ଯୁବ ବାହିନୀ ଗଠନ ଓ ଏହାର କାର୍ଯ୍ୟକ୍ରମର ସବୁ ଦାୟୀତ୍ୱ ସମ୍ଭାଳିବେ ଅରୁପ ପ୍ଟ୍ନାୟକ ବୋଲି ଘୋଷଣାରେ କୁହାଯାଇଛି । ଅରୁପ ପଟ୍ଟନାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି ସରକାର ।