ରାଉରକେଲା : ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ କଲେ । ଏହାକୁ ବିରୋଧ କଲେ ମହିଳା ଆଉ ଏମିତି ଜଘନ୍ୟ ଉଦ୍ୟମରେ ବିଫଳ ହେବା ପରେ ଧରାପଡିବା ଭୟରେ ମହିଳାଙ୍କୁ ପିଲାଚୋର କହି ପିଟିଲେ । ରାଉରକେଲାରେ ପିଲାଚୋର କହି ମିଳାଙ୍କୁ ପିଟିବା ଘଟଣାରେ ଏମିତି ଜଘନ୍ୟ ସତ ଏବେ ପଦାକୁ ଆସିଛି । ରାଉରକେଲା ମହିଳା ଜଣଙ୍କ ପିଲାଚୋର ବୋଲି କହି ନିର୍ମମ ଭାବେ ପିଟିଥିଲେ ୧୦ରୁ ୧୨ ଲୋକ । ଏହି ଭିଡିଓ ଭାଇରାଲ ହୋଇଥିଲା । ଏହା ଉପରେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ ହେଲା । ଆଉ ଘଟଣା ସଂପର୍କରେ ମହିଳା ମୁହଁ ଖୋଲିଥିଲେ । ଆଉ ମହିଳା ଜଣଙ୍କ ମୁହଁ ଖୋଲିବା ପରେ ପିଲା ଚୋରୀ ଘଟଣାରେ କହି ମହିଳାଙ୍କୁ ଯୁବକ ମାନେ ପିଟିବା ପଛର ଅସଲ୍ୟ ଉଦେଶ୍ୟକୁ ପଦାରେ ପକାଇଛି ।
ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଗୋପବନ୍ଧୁ ପଲ୍ଲୀ ରେ ଗତ 17ତାରିଖ ରାତି ପ୍ରାୟ 10ଟା ସମୟରେ ଜଣେ ମହିଳା କୁଲି ସାରି ଘରକୁ ଫେରୁଥିବା ସମୟରେ ପିଲା ଚୋର କହି ମହିଲାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ୧୦ରୁ ୧୨ ମହିଳା । ତାଙ୍କୁ ଗୁରୁତ୍ୱ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତର ଖାନା ରେ ଚିକିତ୍ସା ପରେ ଘରକୁ ନିହାଯାଇଥିଲା । ଥାନାରେ ଏତଲା ପରେ ବାପ ସହ ଦୁଇ ପୁଅ ମୋଟ 3 ଜଣଙ୍କୁ ଗିରଫ କରିଛି ପୋଲିସ ।