ଭୁବନେଶ୍ୱର : ଶନିବାର ତିନି ଯୁବକଙ୍କ ପାଇଁ ଯେମିତି ଥିଲା କାଳ ରାତି । ସଡକ ଦୁର୍ଘଟଣାରେ ଯାଇଛି ତିନି ଯୁବକଙ୍କ ପ୍ରାଣ । ରାଜଧାନୀରେ ଘଟିଛି ଏମିତି ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା । ବାଣିବିହାର ଛକର ପାଖ ସତସଙ୍ଗ ବିହାର ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟି ଏଥିରେ ୩ ଜଣ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକ ହେଲେ ଦେବାଶିଷ ମିଶ୍ର. କୁମାର ଚନ୍ଦନ,ପର୍ଶୁରାମ ହରିଚନ୍ଦନ ସମସ୍ତଙ୍କ ବୟସ ପାଖା ପାଖି ୩୦ ବର୍ଷ ହେବ । ଦେବାଶିଷ ଓ କୁମାରଙ୍କ ଘର ବରମୁଣ୍ଡା ହାଉସିଂହ ବୋଡ କଲୋନି ହୋିଥିବାବେଳେ ପର୍ଶୁରାମଙ୍କ ଘର ରସୁଲଗଡ । ସତସଙ୍ଗ ବିହାର ନିକଟରେ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍କୁ କାର୍ଟିଏ ପଛପଟୁ ଧକ୍କା ଦେଇଥିଲା। କାର୍ଟି ଜୟଦେବ ବିହାରରୁ ରସୁଲଗଡ଼ ଆଡ଼କୁ ଦ୍ରୁତ ଗତିରେ ଯାଉଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ର ଆଗପଟ ଚୂରମାର୍ ହୋଇଯାଇଛି। ଏପରିକି କାର୍ଟିର କିଛି ଅଂଶରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ମୃତକଙ୍କ ଦେହରେ ଲାଗିଯିବାରୁ ସେମାନେ ମଧ୍ୟ ପୋଡ଼ି ଯାଇଛନ୍ତି। ସହିଦ ନଗର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।