ନୂଆଦିଲ୍ଲୀ : ନିଜକୁ ଭଗବାନ କହୁଥିବା ଆଉ ଜଣେ ଭଣ୍ଡ ବାବା ଗିରଫ ହୋଇଛନ୍ତି । ଆତ୍ମ ଘୋଷିତ ଭଣ୍ଡ ବାବା ଆଶୁ ମହାରାଜଙ୍କୁ ଗିରଫକରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଜଣେ ମହିଳା ଭକ୍ତ ଓ ତାଙ୍କ ନାବାଳିକ ଝିଅକୁ ଭଣ୍ଡ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ହଜଖସସ୍ଥିତ ଆଶ୍ରମକୁ ଡାକି ଭଣ୍ଡ ବାବା ତାଙ୍କ ପୁଅ ଓ ଜଣେ ବନ୍ଧୁ ତାଙ୍କୁ ଓ ତାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା । ୍ଭିଯୋଗ ଆରୋପରେ ଦିଲ୍ଲୀ ପୋଲିସ କ୍ରାଇବ୍ରାଞ୍ଚ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।
ଆତ୍ମଘୋଷିତ ବାବା ଆଶୁ ମହାରାଜଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଥିବା ଦିଲ୍ଲୀର ଅତିରିକ୍ତ ପୁଲିସ କମିସନର ରାଜୀବ ରଞ୍ଜନ କହିଛନ୍ତି। ଅଭିଯୁକ୍ତ ଭଣ୍ଡବାବା ଆଶୁ ମହାରାଜଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ଶ୍ରୀ ରଞ୍ଜନ କହିଛନ୍ତି।ଏପରିକି ଏହି ଭଣ୍ଡବାବା ଆଶୁ ମହାରାଜଙ୍କ ପୁଅ ସମର ଖାଁ ମଧ୍ୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଅଟକ ରଖାଯାଇଥିବା ଜଣାଯାଇଛି।