ସାମ୍ବାଦିକତାରୁ ରାଜନୀତି । ରାଜନୀତିରେ ପାଦ ଦେଲେ ସମ୍ବାଦିକ ସତ୍ୟପ୍ରକାଶ ନାୟକ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ହାତ ଧରିଛନ୍ତି ସେ । ସତ୍ୟପ୍ରକାଶ କଂଗ୍ରେସ ମିଡିଆ ସେଲର ମୁଖ୍ୟ ହେବେ । ଏଥି ସହିତ ସେ ଆଗକୁ ନିର୍ବାଚନ ମୈଦାନକୁ ମଧ୍ୟ ଓହ୍ଲାଇବା ସମ୍ଭାବନା ରହୁଛି । ରାମ ମନ୍ଦିର ଛକରୁ ବାଇକ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ପହଞ୍ଚିଥିଲେ ସତ୍ୟପ୍ରକାଶ ।ଯେଉଁଠି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଥିଲେ । ରାଜନୀତିକୁ ଆସିଲେ ବି ପୂର୍ବରୁ ଜଣେ ମିଡିଆ ମ୍ୟାନ୍ ହିସାବରେ ସେ ଯେମିତି ଦୁର୍ନୀତି ବିରୋଧରେ ଲଢୁଥିଲେ, ତାହା ଜାରି ରଖିବେ ବୋଲି କହିଛନ୍ତି । କଂଗ୍ରେସ ଦଳ ତାଙ୍କୁ ଯେଉଁଠୁ ଟିକେଟ୍ ଦେବ, ସେଠାରୁ ସେ ଲଢିବାକୁ ପ୍ରସ୍ତୁତ ଥିବା କହିଛନ୍ତି ସତ୍ୟପ୍ରକାଶ । ସେପଟେ ସତ୍ୟ ନାୟକଙ୍କ ପାଇଁ କଂଗ୍ରେସ ଆହୁରି ସଂଗଠିତ ହେବ ବୋଲି କହିଛନ୍ତି ପିସିସି ସଭାପତି