ନୂଆଦିଲ୍ଲୀ : ସାପ ଭୟ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ । ଥରେ କି ଦୁଇ ଥର ନୁହେଁ ଜଣେ କି ଦୁଇ ଜଣ ନୁହେଁ, ଚାରି ଚାରି ଜଣ ମହିଲାଙ୍କୁ ବର୍ଷ ବର୍ଷ ଧରି ହଜାର ଥର ଦୁଷ୍କର୍ମ କରିଚାଲିଥିଲା ଜଣେ ଯୁବକ ଶେଷରେ ଧରା ପଡି ଜେଲ ଯାଇଛି । ଏହି ଯୁବସ ଜଣଙ୍କ ନିଜ ଘରେ ରଖିଥିବା ବିଷ ଧର ସାପ ସବୁଙ୍କ ବୟ ଦେଖାଇ ଏମିତି ଦୁଷ୍କର୍ମ କରୁଥିଲା । ଏମିତି ଘଟଣା ଏବେ ଅନ୍ତଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଘଟିଛି ସ୍କଟଲ୍ୟାଣ୍ଡରେ । ଏହି ଅଭିଯୋଗରେ ସିରିଏଲ ରେପିଷ୍ଟକୁ ୧୪ ବର୍ଷର ଜେଲ ଦଣ୍ଡ ବି ମିଳିଛି ।
ଦୁଷ୍କର୍ମକାରୀ ମହିଳାଙ୍କୁ ନିଜର ଶିକାର ବନାଇବା ପାଇଁ ବହୁତ ହି ବିପଦଜନକ ଉପାୟକୁ ଆପଣାଇଥିଲା।। ଅଭିଯୁକ୍ତ ବିଷଧର ସାପର ଭୟ ଦେଖାଇ ମହିଳାଙ୍କ ସହିତ ୫ବର୍ଷ ଧରି ଦୁଷ୍କର୍ମ କରି ଆସୁଥିବା ଜଣାପଡ଼ିଛି।
ପୁଲିସ ହାତରେ ଧରାପଡ଼ିବା ପରେ କୋର୍ଟ ଅଭିଯୁକ୍ତ ଜନ ଡିକ୍ସନକୁ ୧୪ବର୍ଷ ଜେଲଦଣ୍ଡର ଶୁଣାଣି କରିଥିଲେ। କେବଳ ଏତିକି ନୁହେଁ ୧୪ବର୍ଷ ପରେ ଜେଲରୁ ମୁ
ଅଭିଯୁକ୍ତ ଅଭିଯୁକ୍ତ ଜନ ଡିକ୍ସନ ବୋଆ ପ୍ରଜାତିର ଏକ ବିଷଧର ସାପ ପାଳି ରଖିଥିଲା। ସାପର ନାମ ମିଚ ବୋଲି ଅଭିଯୁକ୍ତ ଦେଇଥିଲା। ଅଭିଯୁକ୍ତ ଏହି ସାପର ଭୟ ଦେଖାଇ ପାଖାପାଖି ୫ବର୍ଷ ପର୍ଯ୍ୟନ୍ତ ୧୦୦୦ ଥର ମହିଳାଙ୍କ ସହିତ ଦୁଷ୍କର୍ମ କରି ଆସୁଥିଲା ବୋଲି ଜଣାପଡ଼ିଥିଲା। ଡିକସନ୍ ଅନ୍ୟ ମହିଳାଙ୍କ ସହିତ ବି ଅସଦାଚରଣ କରିବା ସହିତ ମାରପିଟ ବି କରିଥିବା ଅଭିଯୋଗ ହୋଇଥିଲା। ଡିକସନ୍ ୨୦୦୦ରୁ ନେଇ ୨୦୧୭ ପର୍ଯ୍ୟନ୍ତ ପାଖାପାଖି ୪ଜଣ ମହିଳାଙ୍କୁ ନିଜର ଶିକାର ବନାଇଥିଲା। ବିଚାରପତିଙ୍କ କହିବାନୁସାରେ, ଏତେ ବଡ଼ ଜଘନ୍ୟ ଅପରାଧ କରିଥିବା ସତ୍ତ୍ୱେ ଅଭିଯୁକ୍ତକୁ ତିଳେ ମାତ୍ର ପଶ୍ଚ୍ୟତାପ ନାହିଁ।