ନୋଏଡା: କର୍ମକ୍ଷେତ୍ରରେ ଯୌନ ଶୋଷଣ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ,ଜଣେ କି ଦୁଇଜଣ ନୁହଁନ୍ତି ୪୩ ଜଣ ସହକର୍ମୀ କରିଛନ୍ତି ଯୌନଷୋଷଣ । ଏମିତି ଏକ ଅଭିଯୋଗ ଆଣିଛନ୍ତି ଜଣେ ୨୦ବର୍ଷୀୟା ମହିଳା ସଫ୍ଟଓ୍ଵୟାର ଇଞ୍ଜିନିୟର । ଏହି ୪୩ ଜଣଙ୍କ ଭିତରେ ଅଛନ୍ତି ସହକର୍ମୀ ଆଉ ବରିଷ୍ଟ ଉପରିସ୍ଥ ଅଧିକାରୀ । ଅଫିସ ଓ୍ବାକିଂ ଟାଇମରେ ଅଫିସରେ କାମ କରିବା ସମୟରେହିଁ ସହକର୍ମୀମାନେ ଏମିତି ବାରମ୍ବାର ଯୌନଶୋଷଣ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ଇ଼ଞ୍ଜିନିୟର ।
ନୋଏଡା ସେକ୍ଟର ୫୮ ପୁଲିସ ଷ୍ଟେସନ୍ରେ ଦାଖଲ ହୋଇଥିବା ଏଫ୍ଆଇଆର୍ରେ ପୀଡିତା ଦର୍ଶାଇଛନ୍ତି କି ୨୦୧୭ ମସିହା ନଭେମ୍ବର ମାସଠାରୁ ତାଙ୍କୁ ବିଭିନ୍ନ ଉପାୟରେ ଯୌନ ଶୋଷଣ କରାଯାଇଛି। କାର୍ଯ୍ୟାଳୟରେ ଅନେକ ତାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ଆଉ କେତେଜଣ ଅସଦାଚରଣ କରିବା ଉଦ୍ୟମ କରିଥିବା ଦର୍ଶାଯାଇଛି। ଯୁବତୀ ଜଣକ ଏହା ମଧ୍ୟ ଏଫ୍ଆଇଆର୍ରେ ଲେଖିଛନ୍ତି କି ତାଙ୍କୁ କେତେକ ସହକର୍ମୀ ଯୌନ ସମ୍ପର୍କ ରଖିବାକୁ ମଧ୍ୟ କହିଛନ୍ତି। ଏକ ହ୍ଵାଟସ୍ଆପ୍ ଗ୍ରୁପରେ ମଧ୍ୟ ତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି। ଏ
ଏଫ୍ଆଇଆର୍ ପାଇବା ପରେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।